ଖଣି ଦୁର୍ନୀତି ପ୍ରସଙ୍ଗକୁ ନେଇ ବିଧାନସଭାରେ ତାତି

ଭୁବନେଶ୍ୱର: ବିଧାନସଭାର ଶୁନ୍ୟକାଳରେ ଉଠିଲା ରାଜ୍ୟର ଖଣି ଦୁର୍ନୀତି ପ୍ରସଙ୍ଗ । କଂଗ୍ରେସ ଦେଇଥିବା ଖଣି ଦୁର୍ନୀତି ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାଵ ଗ୍ରହଣ କରାଯାଇ ନଥିବାରୁ ସରକାରଙ୍କୁ ଭର୍ସନା କଲେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ । ବର୍ତ୍ତମାନର ଏହି ଘଟଣା ନୁହେଁ ବୋଲି କହି ବାଚସ୍ପତି ମୁଲତବୀ ପ୍ରସ୍ତାଵକୁ ଆଗ୍ରହ୍ୟ କରି ଦେଉଥିବାରୁ ମୋହନ ଆପତ୍ତି ଉଠାଇବା ସହ ଖଣି ମାଲିକଙ୍କ ଚାପରେ ବାଚସ୍ପତି ଖଣି ଦୁର୍ନୀତି ଆଲୋଚନା କରିବାକୁ ଅନୁମତି ଦେଉ ନଥିବା ଅଭିଯୋଗ କରିଛନ୍ତି |

ହାଇ ଗ୍ରେଡ ଆଇରନଓରକୁ ଲୋ ଗ୍ରେଡ ଆଇରନ କରି ନେଇଯାଉଥିବା ସହ ରାଜ୍ୟରେ ପ୍ରତିଦିନ ଖଣି ଦୁର୍ନୀତି ଚାଲିଥିବା ମୋହନ ମାଝୀ କହିଛନ୍ତି । ସେପଟେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଖଣି ମାଲିକଙ୍କ ଚାପରେ ବିଧାନସଭାରେ ଖଣି ଦୁର୍ନୀତି ପ୍ରସଙ୍ଗ ଆଲୋଚନା କରିବାକୁ ଦିଆଯାଉନି ।

୫୦ ହଜାର କୋଟି ଟଙ୍କାର ଖଣି ଦୁର୍ନୀତି ହୋଇଥିବାର ସାଲୁଜା ଅଭିଯୋଗ କରିଥିବାବେଳେ ଖଣି ମାଲିକଙ୍କ ଚାପରେ ୩ ବର୍ଷ ହେବ ବିଧାନସଭାରେ ଖଣି ଦୁର୍ନୀତି ଆଲୋଚନା ହେଉ ନାହିଁ । ରାଜ୍ୟ ସରକାରଙ୍କୁ ଖଣି ମାଲିକ ପ୍ରଭାକରନ ଚଳାଉଥିବା ସାଲୁଜା ଅଭିଯୋଗ କରିଥିବାବେଳେ ଅନ୍ୟପଟେ ଖଣି ମାଲିକଙ୍କ ଚାପରେ ବାଚସ୍ପତି ଓ ବିଧାନସଭା ରହିଛନ୍ତି ଏବଂ ରାଜ୍ୟ ସରକାରଙ୍କୁ ଖଣି ମାଲିକ ପ୍ରଭାକରନ ଚଳାଉଥିବା ଏହି ମନ୍ତବ୍ୟକୁ ବିଧାନସଭା ବିବରଣୀରୁ ବାଦ ଦେବାକୁ ବାଚସ୍ପତି କହିଛନ୍ତି ।

ସମ୍ବନ୍ଧିତ ଖବର