ସୁରକ୍ଷା ଲୋଡ଼ିଲେ ମୋହନ ମାଝୀ

ଭୁବନେଶ୍ବର : ବିଧାନସଭାର ଶୂନ୍ୟକାଳରେ ବି‌େରାଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ଏକ ଭିନ୍ନ ପ୍ରସଙ୍ଗ ଉଠାଇଥିଲେ। ବିଧାନସଭା, ସଚିବାଳୟ, ଏମ୍‌ଏଲ୍‌ଏ କଲୋନି ଆଦି ଭିଆଇପି ଅଞ୍ଚଳ ଭାବେ ଗଣାଯାଉଥିଲେ ବି ସୁରକ୍ଷା ଦୃଷ୍ଟିକୋଣରୁ ଏହି ଅଞ୍ଚଳ ନିରାପଦ ନୁହେଁ ବୋଲି ସେ କହିଥିଲେ। ଏଇ ନିକଟରେ ତାଙ୍କର ଜଣେ ପୂର୍ବତନ ବ୍ୟକ୍ତିଗତ ସହାୟକଙ୍କୁ ଛୁରା‌ ମାଡ଼ କରାଯାଇ ଜିନିଷ ଲୁଟ୍‌ କରି ନିଆଗଲା। ଏମ୍‌ଏଲ୍‌ଏ କଲୋନିରେ ପ୍ରତିଦିନ ଚୋରି ହେଉଥିବାର ନଜିର ରହିଛି ବୋଲି ସେ କହିଥିଲେ।

ବିଧାୟକଙ୍କ ରହିବା ପାଇଁ କ୍ବାର୍ଟର୍ସ କିମ୍ବା ଅତିଥି ଭବନ ମିଳୁ ନ ଥିବାରୁ କ୍ଷୋଭ ପ୍ରକାଶ କରି ଶ୍ରୀ ମାଝୀ କହିଥିଲେ, ସରକାରୀ କ୍ବାର୍ଟର୍ସ ପାଇଁ ଦରଖାସ୍ତ ଦେଇଥିଲେ ବି ମିଳୁ ନାହିଁ। ସାମୟିକ ଭାବେ ରହଣି ପାଇଁ ସରକାରୀ ଅତିଥି ଭବନ ଦିଆଯାଉ ନାହିଁ। ଅତିଥି ଭବନ‌େର ରୁମ୍ ସଂରକ୍ଷଣ କରିବାକୁ ଗୃହ ବିଭାଗକୁ ଯାଇଥିଲା ବେଳେ ସେଠାରେ ଜଣେ ଅତିରିକ୍ତ ସଚିବ ଖରାପ ବ୍ୟବହାର ପ୍ରଦର୍ଶନ କଲେ। ବର୍ତ୍ତମାନ ଭୁବନେଶ୍ବରରେ ରହିବାକୁ ମୋର ଘର ଖଣ୍ଡେ ନାହିଁ। ଫୁଟ୍‌ପାଥ୍‌ରେ ରହିବା ପରି ଅବସ୍ଥା‌ ଆସିଯାଇଛି। ବାଚସ୍ପତି ଏ ଦିଗରେ ତୁରନ୍ତ ପ‌ଦକ୍ଷେପ ନେବାକୁ ସେ ଦାବି କରିଥିଲେ।

ଏହା ପରେ ଶ୍ରୀ ମାଝୀଙ୍କୁ ବାଚସ୍ପତି ତାଙ୍କ ଚାମ୍ବର୍‌କୁ ଡାକିଥିଲେ। ଚାମ୍ବରରେ ଆଲୋଚନା କରି ଏହି ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧିତ ଖବର