ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ଓଡ଼ିଶା ସରକାରଙ୍କ କାର୍ଯ୍ୟକାଳକୁ ଆଜି ୫୦୦ ଦିନ ପୂରଣ ହୋଇଛି। ୫୦୦ ଦିନ କାର୍ଯ୍ୟକାଳ ପୂରଣ ଅବସରରେ ସରକାର ଆଜି ବିଭିନ୍ନ କ୍ଷେତ୍ରରେ ୩୩ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି। ଏଥିରେ ୧.୪୬ ଲକ୍ଷ କୋଟି ଟଙ୍କା ନିବେଶ ହେବା ସହିତ ୬୬ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ବିକଶିତ ଓଡ଼ିଶା ୨୦୩୬ ହାସଲ ଦିଗରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। ଏହି ମାଇଲଖୁଣ୍ଟ ହାସଲ ସଂପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ଗତ ୫୦୦ ଦିନ ଏକ ନିର୍ଭରଯୋଗ୍ୟ, ପ୍ରଗତିଶୀଳ ଏବଂ ନିବେଶ ଅନୁକୂଳ ଓଡ଼ିଶାକୁ ପ୍ରତିଫଳିତ କରୁଛି। ଦେଶବିଦେଶର ନିବେଶକମାନେ ଓଡ଼ିଶା ଉପରେ ଯେଉଁ ଆସ୍ଥା ପ୍ରକଟ କରିଛନ୍ତି ସେଥିରୁ ଆମ ନୀତିର ସୁଦୃଢ଼ତ‌ା ସହିତ ଆତ୍ମନିର୍ଭରଶୀଳ ଏବଂ ବିକଶିତ ଓଡ଼ିଶା ପାଇଁ ଲକ୍ଷ୍ୟ ପ୍ରତିଫଳିତ ହେଉଛି।  
Advertisment
ଆଜି ଦୁଇଟି ଯାକ କମିଟିରେ ମଞ୍ଜୁରି ଲାଭ କରିଥିବା ପ୍ରକଳ୍ପଗୁଡ଼ିକ ମୁଖ୍ୟତଃ ଆଇଟି ଓ ଇଏସ୍‌ଡିଏମ୍‌, ଏରୋସ୍ପେସ୍‌ ଓ ପ୍ରତିରକ୍ଷା, ବୟନ ଓ ପୋଷାକ, ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ, ସବୁଜ ଶକ୍ତି ଉପକରଣ, ଆଇଟି ଓ ଆଇଟିଇଏସ୍‌, ଡାଟା ସେଣ୍ଟର, ସ୍ବତନ୍ତ୍ର ଇସ୍ପାତ, ଆଲୁମିନିୟମ, ଶକ୍ତି ଓ ଅକ୍ଷୟ ଶକ୍ତି, ଗ୍ରିନ୍‌ ହାଇଡ୍ରୋଜେନ୍‌ ଓ ଆମୋନିଆ, ରସାୟନ, ସେମିକଣ୍ଡକ୍ଟର ଏବଂ ରେୟାର ଆର୍ଥ ମ୍ୟାଟେରିଆଲ୍ସ କ୍ଷେତ୍ରରେ ଅନ୍ତର୍ଭୁକ୍ତ। ଏହି ନିବେଶଗୁଡ଼ିକ ରାଜ୍ୟର ୧୪ଟି ପ୍ରମୁଖ ଜିଲ୍ଲାରେ ପରିବ୍ୟାପ୍ତ। ସେହି ଜିଲ୍ଲାଗୁଡ଼ିକ ହେଲା ଅନୁଗୁଳ, ବଲାଙ୍ଗୀର, କଟକ, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କନ୍ଧମାଳ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ପୁରୀ, ସମ୍ବଲପୁର ଏବଂ ସୁନ୍ଦରଗଡ଼। 
ନିର୍ଭରଯୋଗ୍ୟ, ପ୍ରଗତିଶୀଳ, ନିବେଶ ଅନୁକୂଳ ଓଡ଼ିଶାର ପ୍ରତିଫଳନ: ମୁଖ୍ୟମନ୍ତ୍ରୀ
ନୂଆ ସରକାର ୭.୭ ଲକ୍ଷ କୋଟିର ୩୩୦ ପ୍ରକଳ୍ପକୁ ଦେଲେଣି ମଞ୍ଜୁରି
ସ୍ବତନ୍ତ୍ର ସିଙ୍ଗଲ୍‌ ୱିଣ୍ଡୋ, ଉଚ୍ଚସ୍ତରୀୟ ମଞ୍ଜୁରି କର୍ତ୍ତୃପକ୍ଷ ବୈଠକ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ‌୪୨ତମ ଉଚ୍ଚସ୍ତରୀୟ ମଞ୍ଜୁରି କମିଟି ବୈଠକରେ ୧,୪୧,୯୯୩.୫୪ କୋଟି ଟଙ୍କା ମୂଲ୍ୟର ୧୨ଟି ନିବେଶ ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଏହି ନିବେଶ ଫଳରେ ୪୯,୭୪୫ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏଥିରେ ଅନେକ ନୂଆ ଯୁଗର ନିବେଶ ଅଗ୍ରାଧିକାର ପାଇଛି। ସେଗୁଡ଼ିକ ମଧ୍ୟରେ ସିଇଏସ୍‌ସି ଗ୍ରିନ୍‌ ପାୱାର ଲିମିଟେଡ୍‌ ପକ୍ଷରୁ ଇଏସ୍‌ଡିଏମ୍‌ (ଇଲେକ୍ଟ୍ରୋନିକ୍ସ ସିଷ୍ଟମ ଡିଜାଇନ୍‌ ଆଣ୍ଡ୍ ମ୍ୟାନୁଫାକ୍‌ଚରିଂ) କ୍ଷେତ୍ରର ନିବେଶ ରହିଛି। ଏସିଏମ୍‌ଇ ଅକ୍ଷୟ ଏନର୍ଜି ପ୍ରାଇଭେଟ୍‌ ଲିମିଟେଡ୍‌ର ଗ୍ରିନ୍‌ ହାଇଡ୍ରୋଜେନ୍ ଏବଂ ଗ୍ରିନ୍‌ ଆମୋନିଆ କ୍ଷେତ୍ରରେ ନିବେଶ ରହିଛି। ଜିନ୍ଦଲ ଇଣ୍ଡିଆ ପାୱାର ଲିମିଟେଡ୍‌ର ଶକ୍ତି ଏବଂ ଅକ୍ଷୟ ଶକ୍ତି କ୍ଷେତ୍ରର ନିବେଶ ଅଛି। 
ବୈଠକ ପୂର୍ବରୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଙ୍ଗଲ ୱିଣ୍ଡୋ କମିଟିର ୧୪୧ତମ ବୈଠକରେ ୪୦୧୯.୫୩ କୋଟି ଟଙ୍କାର ନିବେଶକୁ ମଞ୍ଜୁରି ମିଳିଛି। ଏଥିରେ ମୋଟ ୨୧ଟି ପ୍ରକଳ୍ପକୁ ଅନୁ‌ମୋଦନ ଦିଆଯାଇଛି। ଏହି ନିବେଶ ଫଳରେ ୧୬,୫୯୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଗତ ୫୦୦ ଦିନ ମଧ୍ୟରେ ଓଡ଼ିଶା ସରକାର ‘ଡବଲ ଇଞ୍ଜିନ-ୱାନ୍‌ ଭିଜନ୍‌, ଡବଲ ଇମ୍ପାକ୍ଟ’ ଅଧୀନରେ ନୂଆ ମାନଦଣ୍ଡ ସ୍ଥାପନ କରିଛି। ଉକ୍ତ ଅବଧିରେ ୧୨ଟି ସିଙ୍ଗଲ୍‌ ୱିଣ୍ଡୋ କ୍ଲିୟରାନ୍ସ ବୈଠକ ଏବଂ ୭ଟି ଏଚ୍‌ଏଲ୍‌ସିଏ ବୈଠକ ଅନୁଷ୍ଠିତ ହୋଇଛି। ଏଗୁଡ଼ିକରେ ମୋଟ ୭.୭ ଲକ୍ଷ କୋଟି ଟଙ୍କା ମୂଲ୍ୟର ମୋଟ ୩୩୦ଟି ପ୍ରକଳ୍ପକୁ ମଞ୍ଜୁରି ମିଳିଛି। ଏହି ନିବେଶ ଫଳରେ ୪.୭ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଏଥିସହିତ ୭୬ଟି ପ୍ରକଳ୍ପକୁ ତ୍ବରାନ୍ବିତ କରାଯାଇ କାର୍ଯ୍ୟ ଆରମ୍ଭ ହୋଇଛି। ୮ଟି ପ୍ରକଳ୍ପର ଉଦ୍‌ଘାଟନ ହୋଇଛି। ଏଗୁଡ଼ିକରେ ମୋଟ ୨.୦୪ ଲକ୍ଷ କୋଟି ଟଙ୍କାର ନିବେଶ କରାଯାଇ ୧.୬୩ ଲକ୍ଷ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇଛି। 
୪୨ତମ ଉଚ୍ଚସ୍ତରୀୟ ମଞ୍ଜୁରି କର୍ତ୍ତୃପକ୍ଷ ବୈଠକ
ମଞ୍ଜୁରି ଲାଭ କରିଥିବା ପ୍ରକଳ୍ପ
କ୍ର.ନଂ.କମ୍ପାନିପ୍ରକଳ୍ପ ମୂଲ୍ୟ(କୋଟିରେ)ନିଯୁକ୍ତି ସୁଯୋଗକ୍ଷେତ୍ରସ୍ଥାନ
୧.ଆଦାନୀ ଏଣ୍ଟରପ୍ରାଇଜେସ୍‌ ଲିଃ.୮୪,୦୦୦୩୬,୦୦୦ରସାୟନସୁନ୍ଦରଗଡ଼
୨.ଜିନ୍ଦଲ ଇଣ୍ଡିଆ ପାୱାର୧୪,୮୦୦୧୦୬୦ଶକ୍ତି ଓ ଅକ୍ଷୟ ଶକ୍ତିଅନୁଗୁଳ
୩.ହିଣ୍ଡାଲକୋ୧୦,୫୧୭୧୧୬୯ଆଲୁମିନିୟମସମ୍ବଲପୁର
୪.ଏସିଏମ୍‌ଇ ଅକ୍ଷୟ ଏନର୍ଜି୧୨,୪୨୨୧୧୩୬ଗ୍ରିନ୍‌ ଡାଇଡ୍ରୋଜେନ୍ ଆଣ୍ଡ୍ ଗ୍ରିନ ଆମୋନିଆ କେନ୍ଦ୍ରାପଡ଼ା
୫.ଏସିଏମ୍‌ଇ ଅକ୍ଷୟ ଏନର୍ଜି୨୩୪୪.୫୦୧୫୨ଗ୍ରିନ୍‌ ଡାଇଡ୍ରୋଜେନ୍ ଆଣ୍ଡ୍ ଗ୍ରିନ ଆମୋନିଆକେନ୍ଦ୍ରାପଡ଼ା
୬.ସିଇଏସ୍‌ସି ଗ୍ରିନ୍‌ ପାୱାର୪୫୦୫.୧୪୧୭୮୩ଇଏସ୍‌ଡିଏମ୍‌ଢେଙ୍କାନାଳ
୭.ୟୁପିଏଲ୍‌ ଲିମିଟେଡ୪୦୦୦୨୫୦୦ ରସାୟନ ଓ ରସାୟନିକ ଉତ୍ପାଦଜଗତସିଂହପୁର
୮.ହିମାଦ୍ରୀ ଆଡଭାନ୍ସ ନ୍ୟୁ ଏନର୍ଜି ମ୍ୟାଟେରିଆଲ୨୬୦୦୧୬୫୦ରସାୟନଢେଙ୍କାନାଳ
୯.ସାରଲୋହା ଆଡଭାନ୍ସଡ ମ୍ୟାଟେରିଆଲ୍‌ସ୨୪୯୯.୯୦୫୦୦ଇସ୍ପାତଢେଙ୍କାନାଳ
୧୦.ପରିକ ଇନୋଭେଟିଭ ସଲ୍ୟୁସନ୍ସ୨୧୦୦୨୨୫୦ରେୟାର ଆର୍ଥଗଞ୍ଜାମ
୧୧.ଏୟାର ଲିକ୍ବିଡ ‌ଇଣ୍ଡିଆ ହୋଲଡିଂ୧୨୦୦୪୫ରସାୟନ ଯାଜପୁର
୧୨.ଟପଟ୍ରାକ୍‌ ହାଇଟେକ ପିସିବି୧୦୦୫୧୫୦୦ଇଏସ୍‌ଡିଏମ୍‌ଖୋର୍ଦ୍ଧା
ମୋଟ୧,୪୧,୯୯୩.୫୪୪୯,୭୪୫
--------------------------------------
୧୪୧ତମ ସିଙ୍ଗଲ ୱିଣ୍ଡୋ କମିଟି ବୈଠକ
ମଞ୍ଜୁରି ଲାଭ କରିଥିବା ପ୍ରକଳ୍ପ
କ୍ର.ନଂ.କମ୍ପାନିପ୍ରକଳ୍ପ ମୂଲ୍ୟ(କୋଟିରେ)ନିଯୁକ୍ତି ସୁଯୋଗକ୍ଷେତ୍ରସ୍ଥାନ
୧.ଏନ୍‌ଏଲ୍‌ସି ଇଣ୍ଡିଆ୭୦୨୯୦ଆଇଟି ଓ ଇଏସ୍‌ଡିଏମ୍‌ଖୋର୍ଦ୍ଧା
୨.ଟିଭିଏସ୍‌-ଏବିଆଇ ସୋୱାଟେକ୍‌୨୦୦୩୦୦ଏରେସ୍ପେସ ଓ ପ୍ରତିରକ୍ଷାଖୋର୍ଦ୍ଧା
୩.ଟୋରେ ମାସ୍‌ ଆପାରେଲ୍‌୩୯୨୨୧୭୪ବୟନ ଓ ପୋଷାକଖୋର୍ଦ୍ଧା
୪.ଶ୍ରୀ ଅମ୍ବିକା କଟସ୍ପିନ୍‌୧୨୪୪୨୫ବୟନ ଓ ପୋଷାକବଲାଙ୍ଗୀର
୫.ବୋନି ଏନକ୍ଲେଭ୭୦୩୬୭୫ବୟନ ଓ ପୋଷାକପୁରୀ
୬.ଇରିସ୍‌ କ୍ଲଥିଂସ ଲିଃ.୬୬୨୦୦୦ବୟନ ଓ ପୋଷାକ‌ଖୋର୍ଦ୍ଧା
୭.କରତାର୍‌ ଫେସନ୍ସ ପ୍ରା. ଲିଃ.୫୧୧୧୭୦ବୟନ ଓ ପୋଷାକକଟକ
୮.ରିଲାଏନ୍ସ କଞ୍ଜ୍ୟୁମର୯୩୮୬୦୦ ଖାଦ୍ୟ ଓ ପାନୀୟଖୋର୍ଦ୍ଧା
୯.ଆଶୀର୍ବାଦ ଫୁଡ୍‌୫୮.୬୧୬୦୭ଖାଦ୍ୟ ଓ ପାନୀୟଖୋର୍ଦ୍ଧା
୧୦.ଲାଇଫ୍‌ ହୋଟେଲ୧୫୦୨୨୫ପର୍ଯ୍ୟଟନକଟକ
୧୧.ହୋଟେଲ ପାଲ ରିଜେନ୍ସି୧୪୮୫୨୫ପର୍ଯ୍ୟଟନଖୋର୍ଦ୍ଧା
୧୨.ଉଡ୍ରା କନଷ୍ଟ୍ରକସନ୍ସ୧୧୩୨୦୦ପର୍ଯ୍ୟଟନସମ୍ବଲପୁର
୧୩.ମେସମେରିଜିନ୍‌ ପାରାଡୋର୍‌୬୭୬୪ପର୍ଯ୍ୟଟନକନ୍ଧମାଳ
୧୪.ଆଇକନ ସୋଲାର୭୫୦୫୧୫ସବୁଜ ଶକ୍ତି ଉପକରଣଗଞ୍ଜାମ
୧୫.ଉମଙ୍ଗ ଆସୋସିଏଟ୍‌ସ୧୮୦୧୭୦ସ୍ବତନ୍ତ୍ର ଇସ୍ପାତଯାଜପୁର
୧୬.ଏସ୍‌ସିଏସ୍‌ କନଷ୍ଟ୍ରକସନ୍ସ ଇଣ୍ଡିଆ୧୫୦୮୦୦ଆଲୁମିନିୟମଅନୁଗୁଳ
୧୭.ଇନଲ୍ୟାଣ୍ଡ୍‌ ୱାର୍ଲଡ ଲଜିଷ୍ଟିକ୍ସ୯୯.୩୧୮୫୦ଇସ୍ପାତ ଓ ଫେରୋ ଆଲୟଯାଜପୁର
୧୮.ଓରିଅମ୍‌ ରିଫ୍ରାକ୍ଟୋରିଜ୍‌୯୨.୭୦୧୦୦୦ଧାତବଝାରସୁଗୁଡ଼ା
୧୯.ଶ୍ରୀ ଏମ୍‌କେ ଷ୍ଟିଲ୍‌୬୨.୯୧୩୬୦ଇସ୍ପାତ ଓ ଫେରୋ ଆଲୟଯାଜପୁର
୨୦.ଶ୍ରୀ ମହାବୀର ଫେରୋ ଆଲଏଜ୍‌୧୫୦୩୦୦ପରିବହନ ଓ ଗୋଦାମକଟକ
୨୧.ଫୁଏଲକୋ ପାୱାର୮୭୩୪୦କୋଇଲାଝାରସୁଗୁଡ଼ା
ମୋଟ୪୦୧୯.୫୩୧୬୫୯୦