ରକ୍ତର ହୋଲି ଖେଳିଲେ ମାଓବାଦୀ: ଡିୟୁଟିରୁ ଫେରୁଥିବା ବେଳେ ଡିଆରଜି ଯବାନଙ୍କୁ ହତ୍ୟା

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାର ଅର୍ଗଟା ଗାଁରେ ମାଓବାଦୀମାନେ ଏକ ହତ୍ୟାକାଣ୍ଡ ଭିଆଇ ରକ୍ତର ହୋଲି ଖେଳିଛନ୍ତି। ପୁଣି ଜଣେ ଡିଆରଜି ଯବାନଙ୍କୁ ମାଓବାଦୀ ଗୁଳି କରି ହତ୍ୟା କରିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ଡିଆରଜି ଯବାନ ଜଣକ ଡିୟୁଟି ସାରି ନିଜ ଘରକୁ ଫେରୁଥିଲେ। ଏହି ସମୟରେ ମାଓବାଦୀମାନେ ତାଙ୍କୁ ରାସ୍ତାରେ ଅଟକାଇ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି । ପୁଲିସ ଏହି ଘଟଣା ପରେ କମ୍ବିଂ ଅପରେସନକୁ ଜୋରଦାର କରିଛି।

ସମ୍ବନ୍ଧିତ ଖବର