ମାଓବାଦୀଙ୍କ ଆତ୍ମସମର୍ପଣ

ଫୁଲବାଣୀ : କେକେବିଏନ ସଂଗଠନର ସଦସ୍ୟ ତଥା ମାଓ କ୍ୟାଡର ଆନ୍ଦର କହଁର ଓରଫ ରାହୁଲ(୨୧) ଆଜି କନ୍ଧମାଳ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ରାହୁଲଙ୍କ ଘର ଫିରିଙ୍ଗିଆ ଥାନା ଜାର୍ଗିସାରୁ ଗାଁରେ। ସେ ୨୦୧୪ ମସିହାରେ ମାଓ ସଂଗଠନରେ ସାମିଲ ହୋଇଥିଲେ।

ଏସ୍‌ପି ପ୍ରତୀକ ସିଂ କହିଛନ୍ତି ଯେ, ୨୦୧୬ ମସିହା ବାଲନ୍ଦାପଡା ଥାନା କୁଆଘର ଗାଁର ପୁଲିସ ଇନଫର୍ମର ସନ୍ଦେହରେ ବିଶ୍ବମ୍ବର କହଁରକୁ ହତ୍ୟା କରିବା ସହ କେତେକ ପୁଲିସ ସହ ଗୁଳିବିନିମୟରେ ଘଟଣାରେ ସେ ସଂପୃକ୍ତ ଥିଲା। ସମୁଦାୟ ୬ଟି ମାମଲାରେ ସେ ପରୋକ୍ଷ ଭାବେ ସଂପୃକ୍ତ ରହିଥିଲା। ସରକାରୀ ନିୟମ ଅନୁଯାୟୀ ରାହୁଲକୁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏଥିସହ ତାକୁ ସବୁ ପ୍ରକାର ସୁରକ୍ଷା ଯୋଗାଇ ଦିଆଯିବ ବୋଲି ଏସପି ଗଣମାଧ୍ୟମକୁ କହିଛନ୍ତି। ଅତିରିକ୍ତ ଏସପି ଉତ୍କଳ ରଂଜନ ଦାସ ଓ ଫୁଲବାଣୀ ଏସଡିପିଓ ସୁରେନ୍ଦ୍ର ନାଥ ମୁର୍ମୁ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର