ଛାତ୍ରୀଙ୍କ ମୋବାଇଲ୍‌ରେ ‘ମୋମା’ କ୍ରାଇମ୍‌ବ୍ରାଞ୍ଚରେ କରିବେ ଅଭିଯୋଗ

କଟକ: କଟକ ସହରରେ ମାରାତ୍ମକ ମୋମୋ ଗେମ୍‌ର ଶିକାର ହେବାରୁ ବର୍ତ୍ତି ଯାଇଛନ୍ତି କଟକର ଜଣେ କଲେଜ୍‌ ଛାତ୍ରୀ। ଭୁବନେଶ୍ୱରର ଜଣେ ଇଞ୍ଜିନୟରିଂ ଛାତ୍ରଙ୍କୁ ମାରିବା ପରେ ଆଜି ମଧୁପାଟଣାର କାଜିଢ଼ିଅ ଶ୍ରୀରାମ ନଗର ଅଞ୍ଚଳରେ ଜଣେ ଛାତ୍ରୀଙ୍କ ହ୍ଵାଟସ୍‌ଆପ୍‌ ନମ୍ବରରେ ଆସିଛି ମୋମୋ ଲିଙ୍କ୍‌। ନିଜ ହାତ କାଟି ଛାତ୍ରୀ ଜଣକ ଫଟୋ ନପଠାଇଲେ ହ୍ଵାଟସ୍‌ଆପ୍‌ ହ୍ୟାକ୍‌ ହୋଇଯିବ ବୋଲି ଆଡ୍‌ମିନ୍‌ ଧମକ ଦେଇଥିଲେ। ସୌଭାଗ୍ୟ ବଶତଃ ଛାତ୍ରୀ ଜଣକ ବର୍ତ୍ତିଯାଇଥିବା ଜଣାପଡ଼ିଛି। ଆସନ୍ତାକାଲି ଏ ସଂକ୍ରାନ୍ତରେ ସେ ରାଜ୍ୟ କ୍ରାଇମ୍‌ବ୍ରାଞ୍ଚରେ ଅଭିଯୋଗ କରିବା ସମ୍ପର୍କରେ ସୂଚନା ମିଳିଛି। ସମ୍ପୃକ୍ତ ଛାତ୍ରୀଙ୍କ ମୋବାଇଲ୍‌କୁ ପ୍ରଥମେ ଏକ ଅଜଣା ନମ୍ବରରୁ ଲିଙ୍କ ଆସିଥିଲା। ଲିଙ୍କ ଖୋଲିବା ପରେ ଆଡ୍‌ମିନ୍‌ ମିରର୍‌ ସାମ୍‌ନାରେ ଖୋଲା ଚୁଟିରେ ଛିଡ଼ା ହୋଇ ଫଟୋ ପଠାଇବାକୁ ଛାତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲା। ଛାତ୍ରୀ ଜଣକ ଆଡ୍‌ମିନ୍‌ଙ୍କ ନିର୍ଦ୍ଦେଶ ମୁତାବକ ଫଟୋ ପଠାଇ ଥିଲେ। ପରେ ତାଙ୍କୁ ହାତ କାଟି ଏକ ଫଟୋ ପଠାଇବାକୁ କହିଥିଲା। ଏ ସମ୍ପର୍କରେ ଛାତ୍ରୀ ଜଣକ ଅନ୍ୟ ସହପାଠୀଙ୍କୁ କହିବା ପରେ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର