ଭୁବନେଶ୍ୱର: ସୋମବାର ଦିନ ରାଜ୍ୟର ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ଉଭୟ ଲୋକସଭା ଓ ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନେ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ବିଭିନ୍ନ ଦଳର ବହୁ ଜଣାଶୁଣା ନେତା ସୋମବାର ସମର୍ଥକଙ୍କ ଗହଣରେ ଆସି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

Advertisment

publive-image

ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଭଣ୍ଡାରୀପୋଖରୀ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଭଦ୍ରକ ସବ୍‌-କଲେକ୍ଟର୍‌ ତଥା ରିଟର୍ଣ୍ଣିଙ୍ଗ୍‌ ଅଫିସର୍‌ଙ୍କ ନିକଟରେ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

publive-image

କେନ୍ଦ୍ରାପଡ଼ା ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଏକ ବିରାଟ ରାଲିରେ ଆସି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥୀ ଧରଣୀଧର ନାୟକ ମଧ୍ୟ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

publive-image

କେନ୍ଦ୍ରାପଡ଼ା ବିଧାନସଭା ଆସନ ଲାଗି ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ଵାଲ୍‌ ପ୍ରାର୍ଥୀପତ୍ର ଦାଖଲ କରିବାକୁ ରିଟର୍ଣ୍ଣିଙ୍ଗ୍‌ ଅଫିସର୍‌ଙ୍କ କାର୍ଯ୍ୟାଳୟକୁ ଆସି ଅସୁସ୍ଥତା ବଶତଃ ଉପର ମହଲାକୁ ଉଠି ନ ପାରି ତଳ ମହଲାରେ ଅଟକି ରହିଥିଲେ। ଏହାପରେ ସେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

publive-image

ଭଦ୍ରକ ବିଜେଡି ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ ମଧ୍ୟ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

publive-image

ମୋରଡ଼ା ବିଧାନସଭା ଆସନ ଲାଗି ବିଜେଡି ପ୍ରାର୍ଥୀ ରାଜ କିଶୋର ଦାସ, ଜେଏମ୍‌ଏମ୍‌ର ପ୍ରାର୍ଥୀ କଳିଙ୍ଗ କେଶରୀ ଜେନା ଓ ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ମହାପାତ୍ର ମୋରଡ଼ା ବିଧାନସଭା ଆସନ ଲାଗି ସେମାନଙ୍କର ପ୍ରାର୍ଥୀପତ୍ର ବାରିପଦା ଏଡିଏମ୍‌ଙ୍କ ନିକଟରେ ଦାଖଲ କରିଛନ୍ତି।

publive-image

ଜଗତ୍‌ସିଂହପୁର ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀନୀ ପ୍ରତିମା ମଲ୍ଲିକ ଜିଲ୍ଲାପାଳ ଗୁହାପୁନମ ତାପସ କୁମାରଙ୍କ ନିକଟରେ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

publive-image

ବାଲେଶ୍ୱର ଲୋକସଭା ଆସନ ପାଇଁ ଆଜି ନା ଭରିଛନ୍ତି ବିଜେପି ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ । ଦଳୀୟ କର୍ମୀଙ୍କ ସହ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଛନ୍ତି । ୨୦୧୪ ନିର୍ବାଚନରେ ଏହି ବାଲେଶ୍ୱର ଆସନରୁ ଲୋକସଭା ପ୍ରାର୍ଥୀ ଭାବେ ଲଢି ସାଂସଦ ରବୀନ୍ଦ୍ର ଜେନାଙ୍କ ଠାରୁ ପରାସ୍ତ ହୋଇଥିଲେ । ଏଥର ମଧ୍ୟ ପ୍ରତପ ଷଡଙ୍ଗୀ ଓ ରବୀନ୍ଦ୍ର ଜେନାଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ ।

publive-image

ବାଲେଶ୍ୱର ଆସନର କଂଗ୍ରେସର ଲୋକସଭା ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ଏକ  ବିରାଟ ରାଲିରେ ଆସି ନାମାଙ୍କନ ଦାଖଲ କରିଛନ୍ତି  । ବାଲେଶ୍ୱର ଜିଲ୍ଳାପାଳଙ୍କ କାର୍ଯ୍ୟାଳୟକୁ ଯାଇ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତାଙ୍କ ଉପରେ ବାଲେଶ୍ୱରବାସୀଙ୍କ ଆର୍ଶୀବାଦ ରହିଛି ଓ ସେ ବିଜୟ ଲାଭ କରିବେ ବୋଲି କହିଛନ୍ତି ନବଜ୍ୟୋତି ପଟ୍ଟନାୟକ।

publive-image

ବସ୍ତାର ବିଜେପି ବିଧାନସଭା ପ୍ରାର୍ଥୀ ରଘୁ ମହାନ୍ତି  ଆଜି ସେ ନାମାଙ୍କନ ଭରିଛନ୍ତି । ସମର୍ଥକଙ୍କ ସହ ଶୋଭଯାତ୍ରାରେ ଆସି ରଘୁ ମହାନ୍ତି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ଏଥିସହ