ଭୁବନେଶ୍ବର: ଆସନ୍ତା ସୋମବାର ରାଜ୍ୟ କ୍ୟାବିନେଟ୍ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ଜରିଆରେ ସନ୍ଧ୍ୟା ୫ଟା ୩୦ ମିନିଟ୍ରେ ବୈଠକ ଅନୁଷ୍ଠିତ ହେବ। ଭୁବନେଶ୍ବରରେ ଉପସ୍ଥିତ ଥିବା ମନ୍ତ୍ରୀମାନେ ଲୋକସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ବସିବେ ଓ ଜିଲ୍ଲାରେ ଥିବା ମନ୍ତ୍ରୀମାନେ ସମ୍ପୃକ୍ତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକରେ ସାମିଲ ହେବେ। ଏଥର କ୍ୟାବିନେଟ୍ରେ ସମବାୟ ବିଭାଗ ପକ୍ଷରୁ ପ୍ରସ୍ତାବିତ ଓଏପିଏମ୍ ଅଧ୍ୟାଦେଶ ପ୍ରସ୍ତାବ ତୃତୀୟ ଥର ପାଇଁ ଆସୁଛି। ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଏହି ଅଧ୍ୟାଦେଶ କ୍ୟାବିନେଟ୍ରେ ମଞ୍ଜୁରି ହେବ ବୋଲି ପ୍ରତ୍ୟାଶା ରଖି ସରକାର ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଇସାରିଛନ୍ତି। ଏଯାଏଁ ଏହା ଉପରେ ରାଜ୍ୟପାଳ ମୋହର ଲଗାଇ ନାହାନ୍ତି। ଏଣୁ ଏହି ଅଧ୍ୟାଦେଶ ପ୍ରସ୍ତାବକୁ ବିଧିବଦ୍ଧ ଅନୁମୋଦନ ପାଇଁ ପୁଣି ଥରେ କ୍ୟାବିନେଟ୍ ସାମ୍ନାକୁ ଅଣାଯିବ। ଏଥିସହିତ ଏହି କ୍ୟାବିନେଟ୍ରେ ୧୨ଟିରୁ ଅଧିକ ପ୍ରସ୍ତାବ ଆସିପାରେ। ତେବେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ କୌଣସି ବି ମନ୍ତ୍ରୀଙ୍କୁ କ୍ୟାବିନେଟ୍ ପ୍ରସ୍ତାବ ପଠାଯାଇନଥିଲା।
ସୋମବାର କ୍ୟାବିନେଟ୍ ବୈଠକ
/sambad/media/post_attachments/wp-content/uploads/2020/11/t-304.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)