ମହିଳାଙ୍କଠାରୁ ମୋବାଇଲ ଫୋନ, ଟଙ୍କା ଲୁଟ୍‌

ଧର୍ମଶାଳା : ଧର୍ମଶାଳା ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥର ଦାମୋଦରପୁର ଗାଁ ନିକଟରେ ଗୁରୁବାର ମଧ୍ୟାହ୍ଣରେ ବାଇକ୍‌ରେ ଯାଉଥିବା ଜଣେ ମହିଳାଙ୍କଠାରୁ ଟଙ୍କା ଓ ମୋବାଇଲ ଫୋନ ଲୁଟ୍‌ ହୋଇଛି। ଭାରସାମ୍ୟ ହରାଇ ମହିଳା ବାଇକ୍‌ରରୁ ଖସି ଆହତ ହୋଇଛନ୍ତି। ସେ ହେଲେ ଦଶରଥପୁର ବ୍ଲକ ସୁନ୍ଦରୀମୁହଁ ଗ୍ରାମର ହରିହର ମଲିକଙ୍କ ପତ୍ନୀ।

ଏହି ଦମ୍ପତି ଏକ ବାଇକ୍‌ରେ କଟକ ବଡ଼ଡାକ୍ତରଖାନାକୁ ଯାଉଥିଲେ। ଏହି ସମୟରେ ଦୁଇ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ଦାମ‌ୋଦରପୁର ନିକଟରେ ସେମାନଙ୍କୁ ଧକ୍କା ଦେଇଥିଲେ। ଫଳରେ ହରିହର ଓ ତାଙ୍କ ପତ୍ନୀ ପଡ଼ିଯାଇଥିଲେ। ଦୁର୍ବୃତ୍ତଦ୍ବୟ ତୁରନ୍ତ ମହିଳାଙ୍କଠାରୁ ମନିପର୍ସ ଓ ଫୋନ ଛଡ଼ାଇ ନେଇ ଫେରାର ହୋଇଥିଲେ। ପର୍ସରେ ୫୪୦୦ ଟଙ୍କା, ୨ଟି ମୋବାଇଲ୍ ଫୋନ୍ ଓ ଡାକ୍ତରୀ ଚିଠା ରହିଥିଲା। ଏ ସଂପର୍କରେ ଅଭିଯୋଗ ପାଇ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ହେଁ ଲୁଟେରାଙ୍କ ସଂପର୍କରେ କୌଣସି ସୁରାକ୍ ପାଇନାହିଁ। ଆହତ ଦମ୍ପତି ଧର୍ମଶାଳା ଡାକ୍ତରଖାନରେ ଚିକିତ୍ସିତ ହେବା ପରେ ଥାନାରେ ଏତଲା ଦେଇଛନ୍ତି।

ସମ୍ବନ୍ଧିତ ଖବର