ଯୋଡ଼ା: ଯୋଡ଼ା ସହରର ହୁଡ଼ିସାହିରେ ରହୁଥିବା ଜଣେ ମହିଳାଙ୍କ ଘରେ ପଶି ଦୁର୍ବୃତ୍ତମାନେ ସୁନାଅଳଙ୍କାର ଓ ଟଙ୍କା ଚୋରି କରି ନେଇଛନ୍ତି।
ପ୍ରାପ୍ତ ସୂଚନା ଅନୁସାରେ, ମାଳତୀ ନାଏକଙ୍କ ପରିବାର ଲୋକେ ଗତକାଲି ରାତିରେ ଘରେ ଶୋଇଥିବା ବେଳେ ଦୁର୍ବୃତ୍ତମାନେ ପଶି ଘରୁ ୩ଟି ସୁନା ମଙ୍ଗଳସୂତ୍ର, ଗୋଟିଏ ସୁନାହାର, ୫ ଯୋଡ଼ା ସୁନା କାନଫୁଲ, ଗୋଟିଏ ମୋବାଇଲ ଫୋନ୍ ଓ ୯୦ ହଜାର ଟଙ୍କା ଚୋରି କରି ନେଇଥିଲେ। ଏନେଇ ମାଳତୀ ଯୋଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।