ନୂଆପଡ଼ା: କୋଭିଡ୍ ଋଣ କରିଦେବା ନାଁରେ ନୂଆପଡ଼ା ଜିଲ୍ଲାର ବହୁ ଲୋକଙ୍କ ଠାରୁ ଅର୍ଥ ଆଦାୟ କରାଯାଉଛି। ଏହାକୁ ନେଇ ନୂଆପଡ଼ା ଥାନାରେ ଅଭିଯୋଗ ହେବା ପରେ ପୁଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
ପୁଲିସର ସୂଚନା ଅନୁସାରେ, ନୂଆପଡ଼ା ଏନ୍ଏସି ୱାର୍ଡ ନଂ ୧୩ର ଦିଆନମୁଣ୍ଡା ନିକଟରେ ଏକ ସଂସ୍ଥା ତା’ର ଅଫିସ ଖୋଲି କିଛି ଯୁବକଙ୍କୁ ନିଯୁକ୍ତି ଦେଇଛି। ପୂର୍ବରୁ କୋଭିଡ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଋଣ ଦିଆଯିବ ବୋଲି ସଂସ୍ଥା ଘୋଷଣା କରିଥିଲା। ନୂଆପଡ଼ା ଜିଲ୍ଲାର ୫ଟି ବ୍ଲକ୍ ଓ ୩ଟି ଏନ୍ଏସିରେ ଉକ୍ତ ଯୁବକମାନଙ୍କ ଜରିଆରେ ଋଣ ଆଶାୟୀମାନଙ୍କଠାରୁ ୩ଶହ ଟଙ୍କା ଲେଖାଏଁ ଆଦାୟ କରିଥିଲା। ଅନେକ ଦିନ ଯାଏ ଋଣ ନଦେବାରୁ ଏହା ଏକ ଠକ ସଂସ୍ଥା ବୋଲି ଲୋକେ ସନ୍ଦେହ କରି ଥନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭତ୍ତିକରି ନୂଆପଡ଼ା ଥାନା ଅଧିକାରୀ ନିର୍ମଳ ପାଣିଗ୍ରାହୀ ଏହା ଉପରେ ତଦନ୍ତ କରି ଅଫିସର ଜଣେ ଅଧିକାରୀଙ୍କୁ ଅଟକ ରଖି ପଚରାଉଚୁରା କରିଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/25-15.jpg)