ଦିଗପହଣ୍ଡି: ନକଲି ପ୍ରମାଣପତ୍ର ଦେଇ ଟଙ୍କା ଆଦାୟ ଅଭିଯୋଗରେ ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଛକରେ ଥିବା ଗ୍ରାହକ ସେବାକେନ୍ଦ୍ରକୁ ସିଲ୍ କରାଯାଇଛି। ରାଜସ୍ବ ନିରୀକ୍ଷକ ଫକୀରମୋହନ ରାଉତ ଓ ତହସିଲ କର୍ମଚାରୀଙ୍କ ଉପସ୍ଥିତିରେ କେନ୍ଦ୍ରକୁ ସିଲ୍ କରାଯାଇଥିବା ଅନୁମତି ପ୍ରତ୍ୟାହାର କରାଯାଇଥିବା ତହସିଲଦାର ଅଦ୍ବୈତ କୁମାର ସ୍ବାଇଁ ସୂଚନା ଦେଇଛନ୍ତି। କେନ୍ଦ୍ର ପରିଚାଳକ ଜିତେନ୍ଦ୍ର ସେଠୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ କହିଛନ୍ତି।
ବର୍ତ୍ତମାନ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ ହେବା ପାଇଁ ଆବେଦନକାରୀ ମାନଙ୍କୁ ଆୟ ପ୍ରମାଣପତ୍ର ଆବଶ୍ୟକ ପଡୁଥିବା ବେଳେ ଗ୍ରାମାଞ୍ଚଳର ନିରୀହ ଲୋକ ଏଠାରେ ଠକେଇର ଶିକାର ହେଉଥିଲେ। ଗୋଟିଏ ଲୋକର ନାମରେ ଥିବା ପ୍ରମାଣପତ୍ରର ପ୍ରତିଲିପିରେ ନାମ ପରିବର୍ତ୍ତନ କରି ଅନ୍ୟ ଲୋକଙ୍କୁ ତାହା ଯୋଗାଇ ଅର୍ଥ ଆଦାୟ କରାଯାଉଥିଲା। ମଧୁବାବୁ ପେନସନ ଆବେଦନ ପାଇଁ ଦିଗପହଣ୍ଡି ବ୍ଲକ୍ କାର୍ଯ୍ୟାଳୟକୁ ବୁଦ୍ଧିଆ ଗୌଡ଼ ନାମକ ଜଣେ ବ୍ୟକ୍ତି ଯାଇଥିଲେ। ଆବେଦନ ପତ୍ରରେ ସଂଲଗ୍ନ ହୋଇଥିବା ଆୟ ପ୍ରମାଣପତ୍ରର ବାର୍ କୋଡ ସ୍କାନ୍ ହେବା ପରେ ଏହା ନକଲି ଓ ସେ ଠକେଇର ଶିକାର ହୋଇଥିବା ନେଇ ପ୍ରଥମେ ବ୍ଲକ୍ ସାମାଜିକ ନିରାପତ୍ତା ଅଧିକାରୀ ଭଗବାନ ବେହେରା ଜାଣିବାକୁ ପାଇଥିଲେ। ତହସିଲ ପକ୍ଷରୁ ତଦନ୍ତ ପରେ କେନ୍ଦ୍ରକୁ ସିଲ୍ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/IMG-20210729-WA0003.jpg)