ମାଲକାନଗିରି: ଏମଜିଏନଆରଜିଏସର ସାମାଜିକ ସୁରକ୍ଷା ତଥା ଜନଶୁଣାଣି ବେଳେ ମାଲକାନଗିରି ଜିଲ୍ଲାର ପଡିଆ ବ୍ଲକରେ ଏକ ବଡଧରଣର ଦୁର୍ନୀତି ହୋଇଥିବା ଦେଖିବାକୁ ମିଳିଛି। ସୋସିଆଲ ଅଡିଟ ରିପୋର୍ଟ ଅନୁଯାୟୀ ଏମଜିଏନଆରଜିଏସରେ ଲକ୍ଷାଧିକ ଟଙ୍କା ବାଟମାରଣା ହୋଇଥିବା ବେଳେ ମୃତ ବ୍ୟକ୍ତିଙ୍କ ନାମରେ ଭତ୍ତା ଟଙ୍କା ଉଠାଇ ଆତ୍ମସାତ କରି ଦିଆଯାଇଛି। ପଡ଼ିଆ ବ୍ଲକରେ ଆୟୋଜିତ ସାମାଜିକ ସମୀକ୍ଷା ବେଳେ ଏହି ତଥ୍ୟ ପଦାକୁ ଆସିଥିଲା।ସମନ୍ବିତ ଆଦିବାସୀ ଉନ୍ନୟନ ବିଭାଗ ତଥା ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ତରଫରୁ ପଡିଆ ବ୍ଲକର ସୀମିଳିବାଞ୍ଝା ପଞ୍ଚାୟତର ବାଲମପାଲୀ ଗ୍ରାମର ଦୁଇଟି ସ୍ଥାନରେ କାଜୁ ଗଛ ଲଗାଯାଇଥିଲା। ସେଥିମଧ୍ୟରୁ ଗୋଟିଏ ସ୍ଥାନରେ ୧୪ ଏକର ଜାଗାରେ ଏବଂ ଅନ୍ୟ ସ୍ଥାନରେ ୧୬ ଏକର ଜାଗାରେ ମୋଟ ୩୦ ଏକର ଜାଗାରେ କାଜୁ ଗଛ ଲଗାଯାଇଥିଲା। ତେବେ ୧୪ ଏକର ଜାଗାରେ ମୋଟ ଶ୍ରମ ବାବଦକୁ ୧୭ ଲକ୍ଷ ୨ ହଜାର ଏବଂ କଞ୍ଚାମାଲ ବାବଦକୁ ୧୧ ଲକ୍ଷ ୫୪ ହଜାର ଏପରି ମୋଟ ୨୮ ଲକ୍ଷ ୫୬ ହଜାର ଟଙ୍କା ଖର୍ଚ୍ଚ ହେବାର ବ୍ୟବସ୍ଥା ରହିଥିଲା।
ତେବେ ଏହି ସଂସ୍ଥା ପକ୍ଷରୁ ଏହି କାର୍ଯ୍ୟ କରୁଥିବା ସଂପୃକ୍ତ ସ୍ବେଚ୍ଛାସେବୀ ଅନୁଷ୍ଠାନ ଶ୍ରମ ବାବଦକୁ ୪ ଲକ୍ଷ ୩୪ ହଜାର ୩୦୦ ଏବଂ କଞ୍ଚାମାଲ ବାବଦକୁ ୯ ଲକ୍ଷ ୯୩ ହଜାର ୨୫୭, ମୋଟରେ ୧୪ ଲକ୍ଷ ୨୭ ହଜାର ୫୫୭ ଟଙ୍କା ଖର୍ଚ୍ଚ କରିଥିବା ଜଣାପଡିଛି। ସେହିପରି ୧୬ ହେକ୍ଟର ଜମିରେ ଶ୍ରମ ବାବଦକୁ ୧୬ ଲକ୍ଷ ୧୨ ହଜାର ୬୦୦ ଏବଂ କଞ୍ଚାମାଲ ବାବଦକୁ ୧୦ ଲକ୍ଷ ୯୩ ହଜାର ୫୦୦ ଖର୍ଚ୍ଚ କରାଯିବାକୁ ଧାର୍ଯ୍ୟ କରାଯାଇଥିବା ବେଳେ ସଂପୃକ୍ତ ବିଭାଗ ଶ୍ରମ ବାବଦକୁ ୬ ଲକ୍ଷ ୧୯ ହଜାର ୬୩୦ ଟଙ୍କା ଏବଂ କଞ୍ଚାମାଲ ବାବଦକୁ ୯ ଲକ୍ଷ ୪୧ ହଜାର ୮୮ ଟଂକା ଖର୍ଚ୍ଚ କରିଛି। ତେବେ ମୋଟରେ ୨୭ ଲକ୍ଷ ୬ ହଜାର ୧୦୦ ଟଙ୍କା ଖର୍ଚ୍ଚ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ଥିବା ବେଳେ ବିଭାଗ ୧୫ ଲକ୍ଷ ୬ ହଜାର ୭୧୮ ଟଙ୍କା ଖର୍ଚ୍ଚ କରିଛି। ତେବେ ୧୪ ହେକଟର ଜମିରେ କିଛି ଗଛ ରହିଥିବା ବେଳେ ୧୬ ହେକ୍ଟର ଜମିରେ ଆଦୌ କାଜୁ ଗଛ ନଥିବା ଦେଖିବାକୁ ମିଳିଛି, ଯାହା ସୂଚାଇ ଦେଉଛି ଯେ ଏଥିରେ ଗଛ ନଲଗାଇ ଲକ୍ଷାଧିକ ଟଙ୍କା ଚଳୁ କରାଯାଇଛି।
ସେହିପରି ଭତ୍ତା ଟଙ୍କା ମଧ୍ୟ ହଡପ କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଛି। ୫୩ ଜଣ ମୃତ ହିତାଧିକାରୀଙ୍କ ନାମରେ ଗତ ଏକ ବର୍ଷ ହେଲା ଟଙ୍କା ଉଠାଇ ଆତ୍ମସାତ କରାଯାଉଛି। ସେମାନଙ୍କ ମଧ୍ୟରୁ ଉଣ୍ଡରୁକୋଣ୍ଡା ଗ୍ରାମର ଭୀମା ମାଡକାମୀ ଗତ ୨୦୨୧ ଡିସେମ୍ବର ୧୨ ତାରିଖ ଦିନ ମୃତ୍ୟୁ ବରଣ କରିଥିବା ବେଳେ ଏଯାଏଁ ତାଙ୍କର ଭତ୍ତା ଉଠାଣ ଚାଲିଛି।
/sambad/media/post_attachments/wp-content/uploads/2022/11/Mkg-death-benificiary-got-money.jpg)
ସେହିପରି ସେହି ଗ୍ରାମର ଗଙ୍ଗା ମାଡକାମୀ ଚଳିତ ବର୍ଷ ଏପ୍ରିଲ ମାସରେ ମୃତ୍ୟୁବରଣ କରିଛନ୍ତି। ଏଭଳି ୫୩ ଜଣ ମୃତ ବ୍ୟକ୍ତି ନାମରେ ଭତ୍ତା ଟଙ୍କା ଉଠାଇ ନେଉଥିବା ସାମାଜିକ ସମୀକ୍ଷା ବୈଠକରେ ଉତଥାପନ କରାଯାଇଥିଲା। ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ମଧ୍ୟ ଲକ୍ଷାଧିକ ଟଙ୍କା ହଡପ କରାଯାଇଥିବା ଏହି ରିପୋର୍ଟରେ ଦର୍ଶାଯାଇଥିଲା। ଏହି ଯୋଜନାର ଅନ୍ତର୍ଭୁକ୍ତ ଥିବା ମୋ ପଖୋରୀ ଯୋଜନା, ଚାଷ ଜମି ସମତଳଯୋଜନା, ବୃକ୍ଷରୋପଣ ଭଳି ବିଭିନ୍ନ ଯୋଜନାରେ ମିଥ୍ୟା ରିପୋର୍ଟ ପ୍ରକାଶ କରି ଟଙ୍କା ହଡପ କରାଯାଇଛି।ଯେପରି ପଡିଆର ବେଟି ସୁକୁରାର ମୋ ପଖୋରୀ ଯୋଜନାରେ ୧ ଲକ୍ଷ ୫ ହଜାର ୭୨୫ ଟଙ୍କା ପାଇବାକୁ ଥିବା ବେଳେ ତାଂକୁ ୧ ଲକ୍ଷ ୩୮ ହଜାର ୬୧୨ ଟଂକା ପ୍ରଦାନ କରାଯାଇଛି। ଅର୍ଥାତ ୩୨ ହଜାର ୮୮୭ ଟଂକା ଅଧିକା ପ୍ରଦାନ କରାଯାଇଛି। ଗୋଲାଗୁଡା ଗ୍ରାମରେ ୨୦ଟି ଚାଷ ଜମି ସମତଳ କରିବା ପାଇଁ ୮ ଲକ୍ଷ ୨୬ ହଜାର ୯୫୬ ଟଂକା ପ୍ରଦାନ କରାଯିବାକୁ ଥିବା ବେଳେ ତାଂକୁ ୯ ଲକ୍ଷ ୧ ହଜାର ୭୧୦ ଟଂକା ପ୍ରଦାନ କରାଯାଇଛି। ଅର୍ଥାତ ୭୪ ହଜାର ୭୫୪ ଟଙ୍କା ଅଧିକା ପ୍ରଦାନ କରାଯାଇଛି। ମାଟେରୁ ପଞ୍ଚାୟତ ଅନ୍ତର୍ଗତ ଟାକେଲଗୁଡା ଗ୍ରାମରେ ୨୦ଟି ଜମିକୁ ସମତଳ କରିବା ପାଇଁ ୮୧୧୨ ଟଂକା ଅଧିକା ପ୍ରଦାନ କରାଯାଇଛି। ବ୍ଲକରେ ଥିବା ଲାଇନ ବିଭାଗ ପକ୍ଷରୁ କରାଯାଇଥିବା ଏମଜିଏନଆରଜିଏସରେ କାର୍ଯ୍ୟଗୁଡିକର କୌଣସି ଫଳକ ନଲଗାଇ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ କରାଯାଇଛି। ବିଶେଷକରି ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ କରାଯାଇଥିବା କାର୍ଯ୍ୟଗୁଡିକ ଅତି ନିମ୍ନମାନର ଏବଂ ମିଥ୍ୟା ବିଲ କରି ଟଙ୍କା ହଡପ କରାଯାଇଥିବା ଦେଖିବାକୁ ମିଳିଛି। ଏହାକୁ ଅତିରିକ୍ତ ଜିଲ୍ଲାପାଳ ଗୁରୁତର ଭାବେ ନେଇ ତଦନ୍ତ କରିବାକୁ ନିର୍ଦେଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/Mkg-kaju-gachha-nahi-2.jpg)