ଘରୁ ଟଙ୍କା, ସୁନାଗହଣା ଲୁଟ୍‌

ଅଳତି:କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ବେଲସୁନ୍ଦରୀ ଗ୍ରାମର ସ୍ୱର୍ଗତ ଶିଶିର ମଲ୍ଲିକଙ୍କ ଘରୁ ଗତକାଲି ରାତିରେ ଦୁର୍ବୃତ୍ତମାନେ କବାଟ ତାଡ଼ି ଟଙ୍କା ଓ ସୁନାଗହଣା ଲୁଟ୍‌ କରିଛନ୍ତି। ପୁଲିସ ସୂଚନା ଅନୁସାରେ, ବେଲସୁନ୍ଦରୀ ଗ୍ରାମର ସ୍ୱର୍ଗତ ମଲ୍ଲିକଙ୍କ ପତ୍ନୀ ଓ ପୁଅ ପ୍ରବଳ ଗରମ ଯୋଗୁଁ ବାହାର ଘରେ ଶୋଇଥିଲେ।

ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ବାରିପଟୁ ରଡ୍ ସାହାଯ୍ୟରେ ତାଲା ଭାଙ୍ଗି ଘରେ ପଶିଥିଲେ। ନଗଦ ୧୭ ହଜାର ଟଙ୍କା ଓ ସୁନାଗହଣା ଲୁଟ୍‌ କରିଥିବା ଜଣାପଡ଼ିଛି। ସକାଳୁ ପରିବାର ଲୋକେ ଘରୁ ଚୋରି ହୋଇଥିବା ଜାଣିବା ପରେ ରାମଚନ୍ଦ୍ରପୁର ଥାନାକୁ ଖବର ଦେଇଥିଲେ। ଆଇଆଇସି ବିଜୟ ସିଂ ଓ ଏସ୍‌ଆଇ ରବୀନ୍ଦ୍ର ମୁଣ୍ଡାରୀ ଘଟଣାସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ କରିଛନ୍ତି।

ସମ୍ବନ୍ଧିତ ଖବର