କୋରାପୁଟ: କୋରାପୁଟସ୍ଥିତ ବଜାଜ ଫାଇନାନ୍ସ ସର୍ଭିସରେ ହୋଇଥିବା ୨ କୋଟି ୩୦ ଲକ୍ଷ ଏକ ବଡଧରଣର ଅର୍ଥ ଆତ୍ମସାତ ଘଟଣାର ତଦନ୍ତ କରିବ ଏକ ସ୍ବତନ୍ତ୍ର ଟିମ୍। ସୁନାବେଢା ଏସଡିପିଓ ତଥା ଡିଏସପି ନିରଞ୍ଜନ ବେହେରା ଏହାର ତଦନ୍ତ କରିବେ। ଏହାସହ ଜଣେ ଏସଏସପି ଓ ଦୁଇଜଣ ଆଇଆଇସିଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଛି। ଏହି ଟିମ୍ ଏସଡିପିଓଙ୍କୁ ସହଯୋଗ କରିବେ ବୋଲି ଜଣାପଡିଛି। ଏହି ଘଟଣାର ଆଇଓ ଥିବା ଟାଉନ ଆଇଆଇସି ଧୀରେନ ପଟ୍ଟନାୟକ ଏହି ମାମଲାର ତଦନ୍ତ ଭାର ସୁନାବେଢା ଡିଏସପିଙ୍କୁ ହସ୍ତାନ୍ତର କରିଥିବାବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ମାମଲା ଯିବା ଏକ ପ୍ରକାର ସ୍ତିର ହୋଇଛି। ରାଜ୍ୟର ଯେକୌଣସି ସ୍ତାନରେ ୧ କୋଟିରୁ ଅଧିକ ଦୁର୍ନୀତି କିମ୍ବା ଅର୍ଥ ହେରଫେର ହୋଇଥିବ ସେହିଠାରେ ପ୍ରବର୍ତ୍ତନ ନିଦ୍ଦେର୍ଶଳୟ ଘଟଣାକୁ ଗୁରୁତ୍ବର ନେଇ ତଦନ୍ତ କରିଥାନ୍ତି। ଆଇଆଇସି ଧୀରେନ ପଟ୍ଟନାୟକ ୬ ତାରିଖରେ ମାମଲା ହସ୍ତାନ୍ତର କରିଥିବାବେଳେ ଏହାକୁ ତଦନ୍ତ ଆରମ୍ଭ କରିଛନ୍ତି ସୁନାବେଢା ଏସଡିପିଓ।
ଅଗଷ୍ଟ ମାସରେ କୋରାପୁଟ ବାଜାଜ ଫାଇନାନ୍ସ ସର୍ଭିସ ପକ୍ଷରୁ ଗରାଖକୁ ଗୋଲ୍ଡ ଲୋନ ଦେଉଥିଲେ। ଗରାଖ ଲୋନ ମଧ୍ୟ ସୁଝୁଥିଲା, ହେଲେ ଏହା କମ୍ପାନୀ ଅକାଉଣ୍ଟକୁ ନ ଯାଇ ଯାଇଛି କର୍ମଚାରୀଙ୍କ ଆକାଉଣ୍ଟକୁ। ଲକ୍ଷେ କି ଦୁଇ ଲକ୍ଷ ନୁହେଁ ପ୍ରାୟ ୨ କୋଟି ୩୦ ଲକ୍ଷ ଟଙ୍କାର ହୋଇଛି ହେରଫେରେ। । ପୁନେରୁ ଆସିଥିବା ଅଡିଟ ଟିମ୍ ଧରିବା ପରେ ସତ ପଦାକୁ ଆସିଛି। ଅଡିଟ ଟିଗେତମାସ ୧୧ ତାରିଖରୁ ୧୩ ତାରିଖ ଯାଏ ଅଡିଟ କରିବା ପରେ ସବୁ ଧରା ପଡିଥିଲା। ଏହାପରେ ଟାଉନ ଥାନାରେ ଅଭିଯୋଗ କରିବା ପରେ ପୁଲିସ କାର୍ୟ୍ୟନୁଷ୍ଠାନ ଗ୍ରହଣ କରିଥିଲା। ପୁଲିସ ପକ୍ଷରୁ କୋରାପୁଟ ଶାଖା ପରିଚାଳକ ବ୍ରହ୍ମପୁର ନିବାସୀ ବାସୁଦେବ ନାୟକ (୩୧), ଜୟପୁରର ଅଭିଶେଖ ମହାନ୍ତି (୩୨), ଗୁପ୍ତେଶ୍ବର ଗୁଣ୍ଠା (୨୪) ଓ କିଶନ ଖରା (୨୫)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ରିମାଣ୍ଡରେ ଆସିବାର ଯୋଜନା ରହିଛି।
ଏନେଇ ସୁନାବେଢା ଏସଡିପିଓ ନୀରଞ୍ଜନ ବେହେରା କହିଛନ୍ତି ଯେ, ଏହି ଚାରିଜଣ ସେମାନେ କାର୍ୟ୍ୟ କରୁଥିବା କମ୍ପାନୀକୁ ୨କୋଟି ୩୦ଲକ୍ଷଟଙ୍କା ଠକି ଦେଇଥିବା ଟାଉନଥାନା ଅଧିକାରୀ ଧିରେନ ପଟ୍ଟନାୟକଙ୍କଠାରୁ ସବିସେଷ ତଥ୍ୟ ଗ୍ରହଣ କରିଛି। କମ୍ପାନୀର ଅଡିଟ ରିପୋର୍ଟ ଆଧାରରେ ଏହି ଚାରିଜଣ ଠକିଥିବା ଅର୍ଥକୁ ନିଜ ପାଇଁ ଖର୍ଚ୍ଚ କରିଥିବା କମ୍ପାନୀ ତରଫରୁ ଅଭିଯୋଗ ମିଳିବା ପରେ ଅଭିଯୋଗ ଅନୁସାରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଗିରଫ ହୋଇଥିବା ୪ଜଣଙ୍କ ମଧ୍ୟରୁ ୨ଜଣ କୋରାପୁଟର ଥିବା ବେଳେ ଜୟପୁରର ଜଣେ ଓ ବ୍ରହ୍ମପୁରର ଜଣେ ରହିଛନ୍ତି। ଘଟଣାର ତନଦ୍ତ ଭାର ଏସପି ମୋତେ ଦେଇଛନ୍ତି। ପର୍ୟ୍ୟାୟକ୍ରମେ ଏହାର ତଦନ୍ତ ହେବ। ଆବଶ୍ୟକ ପଡିଲେ ସେମାନଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/kpt-bajaj-fin-chits.jpg)
