ଗୋପାଳପୁର : ଲୁଟେରାଙ୍କ କବଳରୁ ମଧ୍ୟ ବର୍ତ୍ତି ନାହାନ୍ତି ଭିକ୍ଷୁକ। ଆଜି ରଘୁନାଥପୁର ବ୍ଳକ୍ ଅନ୍ତର୍ଗତ ଗୋରେଖନାଥ ପୀଠରେ କଟକ ସାଆନ୍ତ ସାହିର ବୃଦ୍ଧ ବ୍ୟକ୍ତି ମେରୀ ସ୍ୱାମୀ (୬୦)ଙ୍କୁ ମାଡ଼ମାରି ଲୁଟେରାମାନେ ୧୨ ଶହ ଟଙ୍କା ଲୁଟି ନେଇଛନ୍ତି। ଭିକ ମାଗି ଏହି ଟଙ୍କାକୁ ସେ ନିଜ ପାଖରେ ସାଇତି ରଖିଥିଲେ।
ସୂଚନା ଅନୁସାରେ, ମେରୀ ସ୍ବାମୀ ଗତ କିଛି ମାସ ହେଲା ପ୍ରତ୍ୟେକ ଦିନ କଟକରୁ ଟ୍ରେନ୍ରେ ଆସି ଭିକ୍ଷାବୃତ୍ତି କରି ଫେରିଥା’ନ୍ତି। ଆଜି ସନ୍ଧ୍ୟାରେ ସେ ପୀଠରୁ ଘରକୁ ଫେରୁଥିବା ବେଳେ ପେଟପାରୀ ଦଣ୍ଡା ନିକଟରେ ୪ ଜଣ ଅସାମାଜିକ ଯୁବକ ତାଙ୍କୁ ମାଡ଼ ମାରି ଆହତ କରିବା ସହିତ ଟଙ୍କା ଛଡ଼େଇ ଫେରାର ହୋଇ ଯାଇଥିଲେ। ପରେ ମେରୀ ଗୋରେଖ୍ ନାଥ ପୀଠକୁ ଫେରି ଏନେଇ ଫାଣ୍ଡିରେ ଅଭିଯୋଗ କରିଥିଲେ। ସ୍ଥାନୀୟ ଅଞ୍ଚଳର କେତେଜଣ ଉଦାର ବ୍ୟକ୍ତି ତାଙ୍କୁ ଜଇପୁର ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣି ପ୍ରାଥମିକ ଚିକିତ୍ସା କରିଥିବା ଜଣାଯାଇଛି।