ବିନିକା : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ନିକଟରୁ ଗୁରୁବାର ଜଣେ ଚାଷୀଙ୍କ ବାଇକ୍ ଡିକି ଭାଙ୍ଗି ଦୁର୍ବୃତ୍ତ ୧ ଲକ୍ଷ ଟଙ୍କା ଲୁଟି ନେଇଥିବା ବିନିକା ଥାନାରେ ଅଭିଯୋଗ ହୋଇଛି।
ଅଭିଯୋଗ ଅନୁସାରେ, ବିନିକା ଥାନା ବଲାରଙ୍ଗା ଗ୍ରାମର ଚାଷୀ ହାଡ଼ୁ ମେହେର ବିନିକା ଷ୍ଟେଟ୍ ବ୍ୟାଙ୍କ ଶାଖାରୁ ଦିନ ୧୨ଟାରେ ୧ ଲକ୍ଷ ଟଙ୍କା ଉଠାଇ ଥିଲେ। ବ୍ୟାଙ୍କ ସମ୍ମୁଖରେ ଥିବା ତାଙ୍କ ବାଇକ୍ ଡିକିରେ ଏହି ଟଙ୍କା ରଖିଥିଲେ। ଏହା ପରେ ପାଖରେ ଥିବା ଏକ ମୁଢ଼ି ଠେଲାରେ ଖାଇଥିଲେ। ସେଠାରୁ ବାଇକ ଧରି ବିନିକା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସମ୍ମୁଖରେ ପହଞ୍ଚି ସେଠାରେ ଡିକି ଖୋଲି ଦେଖିଲା ବେଳକୁ ଡିକିରେ ଏହି ଟଙ୍କା ସହ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପାସବୁକ୍ ନଥିଲା। ତାଙ୍କ ଅଭିଯୋଗ ଆଧାରରେ ବିନିକା ଥାନାରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ କରୁଥିବା ଆଇଆଇସି ପବିତ୍ର ସାହୁ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/14_06_2016-LOOT-1_6.jpg)