ଲୋମଶ ବାଳକ କାହ୍ନା ଚିକିତ୍ସାରେ ଅର୍ଥ ବାଧକ

ଉପଜିଲ୍ଲାପାଳଙ୍କୁ ଭେଟି ନ ପାରି ନିରାଶରେ ଫେରିଲେ

ଭ˚ଜନଗର : ଗ˚ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ବାଘୁଆ ଗାଁର ଲୋମଶ ବାଳକ କାହ୍ନାର ପରିବାର ପୁଣି ପ୍ରଶାସନ ଦ୍ୱାରସ୍ଥ ହୋଇଛନ୍ତି। ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ କାହ୍ନାର ପ୍ଲାଷ୍ଟିକ୍‌ ସର୍ଜରୀ ପରେ ଚଳିତ ମାସରେ ସେ ମେଡିକାଲୁ ଡିସ୍‌ଚାର୍ଜ ହୋଇଥିଲା। ତେବେ ମାସକୁ ମାସ ପରୀକ୍ଷା କରିବା ସହ ଆଉ କିଛି ଅ‌େସ୍ତ୍ରାପଚାର ଆବଶ୍ୟକ ବୋଲି ପ୍ଲାଷ୍ଟିକ ସର୍ଜରୀ ବିଭାଗର ଡାକ୍ତର ମାନେ କହିଥିଲେ। କାହ୍ନାର ବାପା ରାମଚନ୍ଦ୍ର ନାଇକ ଦିନ ମଜୁରିଆ। ବ୍ରହ୍ମପୁର ଯାଇ କାହ୍ନାର ପୁଣି ପରୀକ୍ଷା କରାଇବା, ଚିକିତ୍ସା ପାଇଁ ରାମଚନ୍ଦ୍ରଙ୍କ ନିକଟରେ ଆର୍ଥିକ ଶକ୍ତି ନଥିବା କହିଛନ୍ତି ରାମଚନ୍ଦ୍ର। କାହ୍ନାକୁ ବ୍ରହ୍ମପୁର ନେଇ ଯିବା ପାଇଁ ଆର୍ଥିକ ସମ୍ବଳ ନଥିବାରୁ ସେ ଆଜି ଭଂଜନଗର ଉପଜିଲ୍ଲାପାଳଙ୍କୁ ଭେଟିବାକୁ ଆସିଥିଲେ। ତେବେ ଅନୁପସ୍ଥିତ ଥିବାରୁ ଉପଜିଲ୍ଲାପାଳଙ୍କୁ ଭେଟି ନ ପାରି ଖାଲି ହାତରେ ଫେରିଥିଲେ। କାହ୍ନାର ମୁହଁରେ ଯଦିଓ ଆଉ ଲୋମ ଉଠୁନି। ତେବେ ଠିକ୍‌ ଭାବେ ଏବେ ପାଟି ଖୋଲି ଖାଇ ପାରୁନଥିବା, ଏବ˚ ମୁହଁରେ ଅ‌େସ୍ତ୍ରାପଚାର ସ୍ଥାନ ଗୁଡିକ ଯନ୍ତ୍ରଣା ହେଉଥିବା, ଏବ˚ ଏଭଳି କାରଣ ଯୋଗୁଁ ସେ ଅଧିକା ରାଗିବା ସହ ଚିଡ଼ିଚିଡା ହେଉଥିବା ତାଙ୍କ ବାପା ରାମଚନ୍ଦ୍ର କହିଛନ୍ତି। ଭଲ ଭାବରେ ପାଟି ଖୋଲି ପାରୁନଥିବାରୁ ଏବେ ଭୋକ ଉପବାସରେ କାହ୍ନା ରହୁଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର