୮ବର୍ଷର ବାଳକର ଅସ୍ୱାଭାବିକ ଭାବେ ବଢୁଛି ପେଟ, ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଚିକିତ୍ସା ପାଇଁ ପ୍ରତିବନ୍ଧକ ସାଜିଛି ଅର୍ଥ

ଲକ୍ଷ୍ମୀପୁର, (ପରମେଶ୍ୱର ସାହୁ) : ଲକ୍ଷ୍ମୀପୁର ବ୍ଲକ କୁଟିଙ୍ଗା ଗ୍ରାମପଞ୍ଚାୟତର ମିନାପାଇ ଗାଁର ୮ବର୍ଷର ବାଳକ ବିକାଶ ମିଣିଆକାର ଅସ୍ୱାଭାବିକ ଭାବେ ବଢୁଛି ପେଟ। ପେଟ ବଢିବା ସାଙ୍ଗକୁ ଯନ୍ତ୍ରଣାରେ ଛଟ ପଟ ହେଉଥିବା ବେଳେ ଚିକିତ୍ସା ପାଇଁ ସାଜିଛି ଅର୍ଥ ପ୍ରତିବନ୍ଧକ। ଗତ ପ୍ରାୟ ୬ ମାସ ହେଲା ଏପରି ସ୍ଥିତି ଉପୁଜିଥିବା ବେଳେ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ଆରମ୍ଭ କରି ଲମତାପୁଟ୍‍ ଓ ଆଶାକିରଣ ମେଡିକାଲ୍‍ରେ ଦେଖାଇଥିଲେ,କିନ୍ତୁ ସେଠାରେ ମଧ୍ୟ କିଛି ସୁଫଳ ମିଳିନଥିଲା। ଶେଷରେ ଗତ ୩ମାସ ତଳେ ଡାକ୍ତରଙ୍କ ପରାମର୍ଶ କରି ବିକାଶର ବାପା ବାଷ୍ଟ ମିଣିଆକା ଗାଁରେ ଧାର ଉଧାର କରି ବିଶାଖାପାଟଣାରେ ପୁଅର ଚିକିତ୍ସା ପାଇଁ ଭର୍ତ୍ତି କରିଥିଲ। ସେଠାରେ ପ୍ରାୟ ୫ଦିନ ରହିଲେ, ଡାକ୍ତର ଜଣକ ରକ୍ତ ନମୁନା ପଠାଯାଇଛି ପରୀକ୍ଷା କରାଯିବା ସକାଶେ, ଆହୁରି ୫ଦିନ ଲାଗିବ କହିବା ପରେ ଟଙ୍କା ସମାପ୍ତ ହୋଇଯିବା କାରଣରୁ ରକ୍ତ ନମୁନାର ପରୀକ୍ଷା ରିପୋର୍ଟ ଆସିବା ପୁର୍ବରୁ ବିଶାଖାପାଟଣା ଛାଡି ନିଜ ଗାଁକୁ ଚାଲି ଆସିଥିଲ। ବର୍ତ୍ତମାନା ବିଶାଖାପାଟଣାରୁ ଫେରି ୩ ମାସ ଘରେ ରହିବା ପରେ ଭଗବାନଙ୍କ ଭରଷାରେ ରହିଯାଇଥିବା ବେଳେ କିଛି ସହୃଦୟ ବ୍ୟକ୍ତି ଏଖବର ପାଇ ଶନିବାର ପୁଣି ୧୦୮ ଆମ୍ୱୁଲାନ୍‍ସ ଯୋଗେ ବିକାଶକୁ କୋରାପୁଟ ଏସଏଲିଏନ୍‍ ମେଡିକାଲ୍‍ କଲେଜରେ ଭର୍ତି କରାଯାଇଛି।

ବର୍ତମାନ ବିକାଶର ଚିକିତ୍ସା କୋରାପୁଟ ମେଡିକାଲ୍‍ କଲେଜ୍‍ରେ ଚାଲୁ ରହିଥିଲେ ମଧ୍ୟ ଅଧିକ ଚିକିତ୍ସା ପାଇଁ ଡାକ୍ତର କଟକ ଏସସିବି ମେଡିକାଲ୍‍ କଲେଜକୁ ନେବାକୁ ପରାମର୍ଶ ଦେଇଛନ୍ତି। ଏପରି ସ୍ଥିତିରେ ଗରିବ ଆଦିବାସୀ ପରିବାରର ବାଷ୍ଟ ମିଣିଆକା କେମିତି ପୁଣି କଟକ ବଡ ମେଡିକାଲ୍‍କୁ ନେବେ ସେଥିପାଇଁ ଚିନ୍ତା ପ୍ରକଟ କରିଛନ୍ତି। ୮ବର୍ଷର ବାଳକର ପେଟ ଓ ଗୋଡ ଦୁଇଟି ଏମିତି ଭାବେ ଫୁଲିକି ରହିଛି ଯେ କେହିବି ଦେଖିଲେ ବାଳକ ଜଣକ ୮ବର୍ଷର ନୁହଁ ବରଂ ଜଣେ ପ୍ରାପ୍ତ ବୟସ୍କା ଯୁବକର ଶରିର ଠାରୁ ମଧ୍ୟ ଅଧିକ ଭଳି ଦିଶୁଛି। ଏପରି ସ୍ଥିତିରେ ଖବର ପାଇ କୋରାପୁଟର ପୁର୍ବତନ ଅତିରିକ୍ତ ଜିଲ୍ଲାପାଳ ଆଲୋକ ଚନ୍ଦ୍ର ଅନୁଗୁଳିଆ ଡାକ୍ତରଖାନାରେ ପହଞ୍ଚି ବିକାଶର ସ୍ଥିତି ପରଖିବା ସହ ଜିଲ୍ଲା ଜରୁରିକାଳୀନ ଅଧିକାରୀଙ୍କୁ ତୁରନ୍ତ କଟକ ପଠାଇବାର ବ୍ୟବସ୍ଥା କରିବା ସକାଶେ ଅନୁରୋଧ କରିଛନ୍ତି। ସରକାରଙ୍କ ସିଏମ୍‍ଆର୍‍ଏଫ, ଓଏସ୍‍ଟିଏଫ ଓ ଆରବିଏସକେ ଭଳି ସମସ୍ତ ଯୋଜନା ରହିଥିବା ବେଳେ ଏହି ବାଳକ କାହିଁକି ରାଜ୍ୟର ବଡ ଡାକ୍ତରଖାନାରେ କିମ୍ୱା ସରକାରଙ୍କ ସହ ଅନୁବନ୍ଧିତ ଥିବା ଆପୋଲୋ ଭଳି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇନପାରିବେ ତାହା ଏବେ ପ୍ରଶ୍ନବାଚି ସୃଷ୍ଠି କରିଛି।

ଏନେଇ କୁଟିଙ୍ଗା ସରପଞ୍ଚ ନିରୁପମା ୱାଡେକାଙ୍କୁ ପଚାରିବାରୁ ସେ ମଧ୍ୟ ତୁରନ୍ତ ବଡ ଡାକ୍ତରଖାନାକୁ ନେବା ସକାଶେ ପ୍ରଶାସନର ନଜରକୁ ଆଣିବି ବୋଲି ପ୍ରକାଶ କରିଥିଲ। ତୁରନ୍ତ ଜିଲ୍ଲାପ୍ରଶାସନ ଏଥିପ୍ରତି ଦୃଷ୍ଠି ଦେଲେ ବିକାଶର ଉନ୍ନତ ଚିକିତ୍ସା ହୋଇପାରିବା ସହ ପୁଣି ସେ ସ୍ୱଭାବିକ ସ୍ତିତିକୁ ଫେରି ପୁଣି ସ୍କୁଲ ଯାଇପାରିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର