ଦେବଗଡ଼ : ଦେବଗଡ ଜିଲ୍ଲାରେ ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ୨୦ ତାରିଖରେ ତିଲେଇବଣି ବ୍ଲକରେ ହେବ। ଏହା ପୂର୍ବରୁ ଶୁକ୍ରବାର ଏକ କାର ମଧ୍ୟରୁ ଦେବଗଡ ଥାନା ପୁଲିସ ଲକ୍ଷାଧିକ ଟଙ୍କା ଜବତ କରିଛି। ଏହି ଘଟଣାରେ ଜଣେ ଶିକ୍ଷକଙ୍କୁ ପୁଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି।
/sambad/media/post_attachments/wp-content/uploads/2022/02/rrr33.jpg)
ମିଳିଥିବା ସୂଚନା ଅନୁଯାୟୀ, ଦେବଗଡ଼ ଆଦର୍ଶ ଥାନା ପୁଲିସ ପକ୍ଷରୁ ୪୯ ନମ୍ବର ଜାତୀୟ ରାଜପଥର ଭୁକାବେଡା ଗ୍ରାମ ନିକଟରେ ଯାଞ୍ଚ ଚାଲିଥିଲା। ଯାଞ୍ଚ ସମୟରେ ଏକ କାର ମଧ୍ୟରୁ ତିନି ଲକ୍ଷରୁ ଅଧିକ ଟଙ୍କା ମିଳିଥିଲା। ଏକକାଳୀନ ଏକ କାର୍ରୁ ଏତେ ଟଙ୍କା ମିଳିବାରୁ ପୁଲିସର ସନ୍ଦେହ ହୋଇଥିଲା। ପୁଲିସ ଟଙ୍କା ସହ କାରକୁ ଜବତ କରିଛି। କାର ମଧ୍ୟରେ ଥିବା ଜଣେ ପ୍ରାଥମିକ ଶିକ୍ଷକ ସୌଭାଗ୍ୟ ପାତ୍ରଙ୍କ ସହ ଡ୍ରାଇଭରକୁ ଦେବଗଡ ଆଦର୍ଶ ଥାନାରେ ଅଟକ ରଖାଯାଇଛି। ଖବରପାଇ ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଦେବଗଡ଼ ଥାନାରେ ପହଞ୍ଚିବା ସହିତ ଏହି ଟଙ୍କା ବିଜେପି ପକ୍ଷରୁ ଏଜେଣ୍ଟଙ୍କ ଖର୍ଚ୍ଚ ପାଇଁ ପଠାଯାଉଥିଲା ବୋଲି ବିଧାୟକ ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ଅନ୍ୟପଟେ ଦେବଗଡ଼ ଆଦର୍ଶ ଥାନାରେ ପହଞ୍ଚି ଟଙ୍କା ତାଙ୍କର ବୋଲି କହିବା ସହ ଏହି ଟଙ୍କା ଫେରସ୍ତ ପାଇଁ ଦାବି କରିଛନ୍ତି। ତେବେ ସଂପୃକ୍ତ ଶିକ୍ଷକ କିପରି ବିଜେପିର ଟଙ୍କା ନେଇ ଯାଉଥିଲେ, ତାହା ବର୍ତ୍ତମାନ ସବୁଠୁ ବଡ ପ୍ରଶ୍ନ ସୃଷ୍ଟି କରିଛି। ସେ ଜଣେ ଶିକ୍ଷକ ହୋଇ ବିଜେପି ଦଳ ସହିତ ତାଙ୍କର କି ସଂପର୍କ ସେ ନେଇ ବିଭିନ୍ନ ଚର୍ଚ୍ଚା ହେଉଛି।
/sambad/media/post_attachments/wp-content/uploads/2022/02/rrrr-3.jpg)
ତେବେ ଅଟକ ଶିକ୍ଷକ ସୌଭାଗ୍ୟଙ୍କ ନାମରେ ପୂର୍ବରୁ ବହୁ ଅଭିଯୋଗ ରହିଥିବା ବେଳେ ଆଜି ଏହି ଘଟଣା ପରେ ଶିକ୍ଷକଙ୍କ ଜରିଆରେ ବିଜେପି ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଛି। ସେହିପରି ଅଟକ ଶିକ୍ଷକ ସୌଭାଗ୍ୟ ଓ ଗାଡି ଚାଳକ ପ୍ରଶାନ୍ତ ସାହୁଙ୍କୁ ଥାନାରୁ ମୁକୁଳାଇବା ପାଇଁ ଦଳୀୟ କର୍ମୀମାନେ ଥାନାରେ ପହଞ୍ଚି ଚାପ ପକାଉଥିବା ଦେଖିବାକୁ ମିଳିଛି। ତେବେ ଦେବଗଡ଼ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/55e7d0fa-04d6-4d32-8b08-55e45972951d.jpg)