ଉଚ୍ଚ ଶିକ୍ଷାନୁଷ୍ଠାନ ପିଲାଙ୍କୁ ଫେରାଯିବ ଅର୍ଥ ରାଶି

ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗ ଅଧୀନ ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ୟୁଜି(ଯୁକ୍ତ ୩) ଓ ପିଜି ପାଠ୍ୟକ୍ରମରେ ନାମ ଲେଖାଇ ପରବର୍ତ୍ତୀ ସମୟରେ ଅନ୍ୟ ଶିକ୍ଷାନୁଷ୍ଠାନକୁ ସ୍ଥାନାନ୍ତର ହୋଇଥିବା ଛାତ୍ରଛାତ୍ରୀଙ୍କ ଅର୍ଥ ଫେରସ୍ତ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ୨୦୨୧-୨୨ ଶିକ୍ଷାବର୍ଷର ଛାତ୍ରଛାତ୍ରୀଙ୍କୁ ଅର୍ଥ ବିଭାଗ ପକ୍ଷରୁ ପର୍ଯ୍ୟାୟକ୍ରମେ ଅର୍ଥ ରାଶି ପ୍ରଦାନ କରାଯିବ। ସ୍ନାତକ(+୩) ଓ ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମରେ ନାମ ଲେଖାଇ କୌଣସି କାରଣ ଯୋଗୁଁ ନାମଲେଖା ସ୍ଥାନାନ୍ତର କରିଥିବା ପିଲାଙ୍କୁ ସେମାନଙ୍କ ନାମଲେଖା ଅର୍ଥରାଶି ପ୍ରଦାନ କରାଯାଉଛି। ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଜମାଖାତାରେ ଅର୍ଥରାଶି ଦିଆଯିବ। ଅର୍ଥରାଶି ଠିକ୍‌ ସମୟରେ ଫେରସ୍ତ ନହେବାରୁ କିଛି ଦିନ ତଳେ ଛାତ୍ରଛାତ୍ରୀ ଆନ୍ଦୋଳନ କରିଥିଲେ।

ସମ୍ବନ୍ଧିତ ଖବର