ପୁରୀ: ରତ୍ନଭଣ୍ଡାର ଯାଞ୍ଚ ଲାଗି ତଦାରଖ କମିଟି କମିଟିର ସଦସ୍ୟମାନେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି। ତେବେ ପାରମ୍ପରିକ ପୋଷାକରେ ସଦସ୍ୟମାନେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି। ଶ୍ରୀମନ୍ଦିର ଭିତରକୁ ଗଲେ ରତ୍ନଭଣ୍ଡାରକୁ ଯିବାକୁ ଥିବା ୧୧ ସଦସ୍ୟ। ରତ୍ନଭଣ୍ଡାର ଭିତରକୁ ୫ ଜଣ ସେବାୟତ, ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ଓ ସଦସ୍ୟ ଡାକ୍ତର ସି ଭି କେ ମହାନ୍ତିଙ୍କ ସମେତ ୧୧ଜଣ ଯାଇଛନ୍ତି। ଦିନ ୧୨ଟା ବେଳେ ସମସ୍ତେ ଶ୍ରୀମନ୍ଦିରକୁ ଯାଇଛନ୍ତି। ପ୍ରଥମେ ବିମଳାଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇ ତାଙ୍କର ଅନୁମତି ଲୋଡ଼ାଯିବ। ତେଣେ ଚାବି ଖୋଲାଯିବା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କଲେ ଜଷ୍ଟିସ ବିଶ୍ବନାଥ ରଥ । ପ୍ରଥମେ ପତିତପାବନଙ୍କ ପାଖରେ ପୂଜାର୍ଚ୍ଚନ କରିବା ପରେ, ଟିମ୍ ମନ୍ଦିର ଭିତରେ ପ୍ରବେଶ କରିଛନ୍ତି। ଖାଲି ସେତିକି ନୁହେଁ, ରତ୍ନଭଣ୍ଡାର ଭିତରକୁ ବଡ଼ ବଡ଼ ସିନ୍ଦୁକ ମଧ୍ୟ ପ୍ରବେଶ କରିଛି। ଏହାସହ କଟର୍ ମେସିନ୍ ମଧ୍ୟ ଶ୍ରୀମନ୍ଦିର ଭିତରକୁ ଯାଇଛି।
ମିଳିଥିବା ସୂଚନା ମୁତାବକ, ଆଜି କେବଳ ରତ୍ନଭଣ୍ଡାର ଖୋଲାଯିବ । ରତ୍ନଭଣ୍ଡାରରେ ଥିବା ଅଳଙ୍କାରର ଗଣତି ମଣତି ହେବନାହିଁ । ଏନେଇ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ଆଜି କେବଳ ରତ୍ନଭଣ୍ଡାର ଖୋଲାଯିବା ସହିତ ଯାଞ୍ଚ କରାଯିବ । ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ରତ୍ନଭଣ୍ଡାରକୁ ଷ୍ଟ୍ରଙ୍ଗରୁମକୁ ସିଫ୍ଟ କରିବା ସହ ରତ୍ନଭଣ୍ଡାରର ମରାମତି ହେବ ବୋଲି ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି ।