ଭୁବନେଶ୍ବର : ମୁଖ୍ୟ ରେଳ ସୁରକ୍ଷା ଆୟୁକ୍ତ ଶୈଳେଶ କୁମାର ପାଠକ ଆଜି କେରେଜଙ୍ଗରୁ ଅନୁଗୁଳ ୧୩.୫୧ କିମି ରେଳ ଲାଇନ୍ର ଦୋହରୀକରଣ କାର୍ଯ୍ୟର ନିରୀକ୍ଷଣ କରିଛନ୍ତି। ଏହି ନିରୀକ୍ଷଣ ସମୟରେ ପୂର୍ବତଟ ରେଳପଥ ମୁଖ୍ୟ ପ୍ରଶାସନିକ ଅଧିକାରୀ(ନିର୍ମାଣ) ଡି ପି ଲାଲ୍, ଖୋର୍ଦ୍ଧା ରୋଡ ରେଳମଣ୍ଡଳର ରେଳବାଇ ପ୍ରବନ୍ଧକ ଏସ କେ ସିଂହ, ସମ୍ବଲପୁରସ୍ଥିତ ମୁଖ୍ୟ ପ୍ରକଳ୍ପ ପ୍ରବନ୍ଧକ ଏ ଏସ ଓବେରୋଇଙ୍କ ସହ ରେଳପଥର ମୁଖ୍ୟାଳୟ, ସମ୍ବଲପୁର ଓ ଖୋର୍ଦ୍ଧା ରୋଡ ରେଳମଣ୍ଡଳର ବରିଷ୍ଠ ଅଧିକାରୀମାନେ ନିରୀକ୍ଷଣ କାର୍ଯ୍ୟରେ ସହାୟତା କରିଥିଲେ। ମୁଖ୍ୟ ରେଳ ସୁରକ୍ଷା ଆୟୁକ୍ତଙ୍କ ଦ୍ୱାରା ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ କେରେଜଙ୍ଗ-ଅନୁଗୁଳ ନୂତନ ଦୋହରୀକରଣ କାର୍ଯ୍ୟର ବିଭିନ୍ନ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟଗୁଡିକୁ ଯାଞ୍ଚ କରାଯାଇଥିଲା। ନିରୀକ୍ଷଣ ସମୟରେ ବିଭିନ୍ନ ପଏଣ୍ଟ, କ୍ରସିଂ, କର୍ଭ(ବାଙ୍କ), ଲେଭଲ୍ କ୍ରସିଂ, ବିଦ୍ୟୁତିକ ଓଭର ହେଡ୍ ଉପକରଣ, ସିଗ୍ନାଲ୍ ଓ ଟେଲିକମ୍ ଯୋଗାଯୋଗ ଉପକରଣ କଡ଼ାକଡ଼ି ଭାବେ ଯାଞ୍ଚ ହୋଇଥିଲା। ଯାଞ୍ଚ ସମୟରେ କେରେଜଙ୍ଗ-ଅନୁଗୁଳ ମଧ୍ୟରେ ନିରୀକ୍ଷଣ ସ୍ୱତନ୍ତ୍ର ଟ୍ରେନକୁ ସର୍ବାଧିକ ଘଣ୍ଟା ପ୍ରତି ୧୧୦ କିମି ବେଗରେ ପରୀକ୍ଷାମୂଳକ ଚଳାଚଳ କରାଯାଇଥିଲା। ଆଶା କରାଯାଉଛି ଯେ ଏହି ସେକ୍ସନରେ ୮୦ କିମି ବେଗରେ ଟ୍ରେନ ଚଳାଚଳ କରିବା ପାଇଁ ପ୍ରାଧିକରଣ ପାଇବା ସମ୍ଭାବନା ଅଧିକ। ମୁଖ୍ୟ ରେଳ ସୁରକ୍ଷା ଆୟୁକ୍ତଙ୍କଠାରୁ ସ୍ୱୀକୃତି ପାଇବା ପରେ କେରେଜଙ୍ଗ ଓ ଅନୁଗୁଳ ରେଳପଥ ଦୋହରୀକରଣ କାର୍ଯ୍ୟର କାର୍ଯ୍ୟକ୍ଷମ କରାଯିବ।
କେରେଜଙ୍ଗ-ଅନୁଗୁଳ ଦୋହରୀକରଣ କାର୍ଯ୍ୟର ନିରୀକ୍ଷଣ
/sambad/media/post_attachments/wp-content/uploads/2020/09/images-20.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)