ଭୁବନେଶ୍ବର : କୋଲକାତାସ୍ଥିତ ଦକ୍ଷିଣ ପୂର୍ବ ସର୍କଲର ରେଳ ସୁରକ୍ଷା କମିସନର(ସିଆରଏସ୍) ବୁଧବାର ଦିନ ଖୋର୍ଦ୍ଧା ରୋଡ-ବାଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ମହିପୁର ଓ ନୂଆଗାଁ ଷ୍ଟେସନ ମଧ୍ୟରେ ୧୩.୦୫୦ କିମି ଲମ୍ବ ରେଳ ଲାଇନର ଯାଞ୍ଚ କରିଛନ୍ତି। ଟ୍ରେନ୍ ଚଳାଚଳ ପାଇଁ ଟ୍ରେନ୍ ଲାଇନର ସମ୍ଭାବ୍ୟତା ମାପିବା ପାଇଁ ଦୁଇ ଷ୍ଟେସନ ମଧ୍ୟରେ ଏକ ଲାଇଟ୍ ଟ୍ରେନ ଇଞ୍ଜିନ ମଧ୍ୟ ଚଳାଚଳ କରାଯାଇଥିଲା। ରେଳ ସୁରକ୍ଷା ଆୟୁକ୍ତଙ୍କ ମଞ୍ଜୁର ପରେ ଏହି ମାର୍ଗରେ ଟ୍ରେନ୍ ଚଳାଚଳକୁ ଅନୁମତି ଦିଆଯିବ। ଗୁରୁବାର ରେଳ ସୁରକ୍ଷା ଆୟୁକ୍ତ ନୂତନ ଭାବେ ନିର୍ମିତ ୩.୦୯୯ କିମି ଦୈର୍ଘ୍ୟ ଖୋର୍ଦ୍ଧା ରୋଡ୍ ବାଇପାସ୍ ଲାଇନକୁ ମଧ୍ୟ ନୀରିକ୍ଷଣ କରିବେ ଏବଂ ଟ୍ରେନ ଲାଇନର ସୁରକ୍ଷା ଦିଗଗୁଡ଼ିକୁ ଯାଞ୍ଚ କରିବେ। ବାଇପାସ୍ ଲାଇନ କାର୍ଯ୍ୟକ୍ଷମ ହେବା ପରେ ପୁରୀରୁ ଦକ୍ଷିଣ ଦିଗକୁ ଯାତାୟାତ କରୁଥିବା ଟ୍ରେନ୍ ଟ୍ରାଫିକ୍ ସହଜ ହେବ।
ମହିପୁର-ନୂଆଗାଁ ରେଳ ଲାଇନ୍ ସୁରକ୍ଷା କାର୍ଯ୍ୟର ନିରୀକ୍ଷଣ
/sambad/media/post_attachments/wp-content/uploads/2022/03/ECR_PG-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)