ଜାଣନ୍ତୁ ମଙ୍କିପକ୍ସର ଲକ୍ଷଣ କ’ଣ ଓ ଏଥିରୁ କିପରି ରକ୍ଷା ପାଇବେ ?

ଭୁବନେଶ୍ୱର: ମଙ୍କିପକ୍ସର ଲକ୍ଷଣ କ’ଣ ଓ ଏଥିରୁ କିପରି ରକ୍ଷା ପାଇବେ ସେ ନେଇ ପରାର୍ମଶ ଦେଇଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ସେ କହିଛନ୍ତି ଯେ, ଦ୍ରୁତଗତିରେ ମାଡ଼େ ନାହିଁ ମଙ୍କିପକ୍ସ । ଜଣଙ୍କଠାରୁ ଅନ୍ୟଜଣଙ୍କୁ ସଂକ୍ରମିତ ହେବାର ମାତ୍ର ୧୦ ପ୍ରତିଶତ ସମ୍ଭାବନା ରହିଛି । ସଂଗରୋଧରେ ରହିଲେ ମଙ୍କିପକ୍ସ ବ୍ୟାପିବାର ସମ୍ଭାବନା ନାହିଁ । ତେବେ କରୋନା ତୁଳନାରେ ଏହି ରୋଗରେ ଶିଶୁ ଓ ଯୁବକମାନଙ୍କ ପ୍ରତି ମୃତ୍ୟୁ ଆଶଙ୍କା ଅଧିକ ରହିଛି । ଏହି ରୋଗର ଲକ୍ଷଣ ସହଜରେ ଚିହ୍ନଟ ହୋଇପାରେ ବୋଲି କହିଛନ୍ତି ଡା. ନିରଞ୍ଜନ ମିଶ୍ର । ଏହି ରୋଗ ହେଲେ ଜ୍ୱର ହେବା ସହ ହାତ, ବେକ, ଗୋଡ଼ ଓ ମୁହଁରେ ଫୋଟକା ଭଳି ଫଳି ଯାଇଥାଏ । ଏହା ଭଲ ହେବାକୁ ୩ରୁ ୪ ସପ୍ତାହ ଲାଗିଥାଏ ।

ମଙ୍କିପକ୍ସ ରୋଗୀ ସଂସ୍ପର୍ଶରେ ଆସିଲେ ରୋଗ ବ୍ୟାପୀବାର ସମ୍ଭାବନା ରହିଛି । ତେଣୁ ଆମକୁ ସାବଧାନ ରହିବାକୁ ପଡ଼ିବ । ରୋଗୀ ପାଖକୁ ଯିବାକୁ ହେଲେ ଆମକୁ ମାକ୍ସ, ଗ୍ଲୋଭସ୍ ବ୍ୟବହାର କରିବାକୁ ପଡ଼ିବ । ରୋଗୀ ବ୍ୟବହାର କରୁଥିବା ଡ୍ରେସ, ବେଡସିଟ ଯେପରି ଅନ୍ୟମାନେ ବ୍ୟବହାର ନ କରନ୍ତି ସେଥିପ୍ରତି ସତର୍କ ରହିବାକୁ ଡାକ୍ତର ମିଶ୍ର ପରାର୍ମଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର