ଆସନ୍ତା ୩ ଦିନରେ ଓଡ଼ିଶାର ଅଧିକାଂଶ ଅଂଚଳକୁ ଛୁଇଁବ ମୌସୁମୀ, ୨୦ ପରେ ବର୍ଷା ବଢିବ

ଭୁବନେଶ୍ବର : ଗୁରୁବାରଦିନ ଓଡ଼ିଶା ଛୁଇଁବା ପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶୁକ୍ରବାରଦିନ ଓଡ଼ିଶାର ଆଉ କେତେକ ଜିଲ୍ଲାକୁ ଛୁଇଁଛି । ମୌସୁମୀର ଉତ୍ତର ସୀମା ଏବେ ଓଡ଼ିଶାର ଭବାନୀପାଟଣାକୁ ଛୁଇଁଛି । ଆସନ୍ତା ୩ ଦିନରେ ମୌସୁମୀ ଆହୁରି ଅଗ୍ରଗତି କରି
ଓଡ଼ିଶା, ମଧ୍ୟପ୍ରଦେଶ, ଛତିଶଗଡ଼ର ଆଉ କିଛି ଅଂଶ, ବିଦର୍ଭ ଓ ଆନ୍ଧ୍ରପ୍ରଦେଶର ଅବଶିଷ୍ଟ ଅଂଶକୁ ଛୁଇଁବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି ।

ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶା ଅଧିକାଂଶ ଅଂଚଳ, ଉପକୂଳ ଓଡ଼ିଶାର କିଛି ଅଂଚଳରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି ଯାଜପୁର, କେନ୍ଦୁଝର,ଢେଙ୍କାନାଳ, କଟକ ଓ ନୟାଗଡ଼ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏସବୁ ଜିଲ୍ଲା ପାଇଁ ବିଭାଗ ପକ୍ଷରୁ ହଳଦିଆ ସତର୍କତା ଜାରି କରାଯାଇଛି । ପରବର୍ତ୍ତୀ ୨୪ ଘଣ୍ଟାରେ ରାଜ୍ୟର ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼,ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର, ସୋନପୁର, କଟକ, ଭଦ୍ରକ, ବାଲେଶ୍ବର, ବଲାଙ୍ଗୀର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ଓ ବଜ୍ରପାତ ହେବାର ଆଶଙ୍କା ରହିଛି ।

ପରବର୍ତ୍ତୀ ୨୪ ଘଣ୍ଟା ଅର୍ଥାତ ୨୦ ତାରିଖ ସୁଦ୍ଧା ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବର୍ଷା ହେବାର ସମ୍ଭାବନା ରହିଛି । ୨୦ ତାରିଖ ପରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ।

 

ସମ୍ବନ୍ଧିତ ଖବର