ଏବର୍ଷ ଶୀଘ୍ର ଆସିବ ମୌସୁମୀ, ର୍ନିଦ୍ଧାରିତ ସମୟର ୧୦ ଦିନ ପୂର୍ବରୁ ଛୁଇଁବ କେରଳ

ଭୁବନେଶ୍ୱର: ଏଥର ଶୀଘ୍ର ଆସିବ ମୌସୁମୀ। ଜୁନ ୧୦ ତାରିଖରେ ଓଡ଼ିଶା ଛୁଇଁବ ମୌସୁମୀ। ମୌସୁମୀ ଶୀଘ୍ର ଆସିବା ନେଇ ସୂଚନା ଦେଇଛି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍‌। ୨୨ ମିଳିଥିବା ସୂଚନା ଅନୁଯାୟୀ, ର୍ନିଦ୍ଧାରିତ ସମୟର ୧୦ ଦିନ ପୂର୍ବରୁ କେରଳ ଛୁଇଁବ ମୌସୁମୀ। ଜୁନ୍‌ ୧ ତାରିଖରେ ଏହା କେରଳ ଛୁଇଁବ ବୋଲି ଜଣାପଡ଼ିଛି।

ତେବେ ସବୁଠାରୁ ବଡ଼ କଥା ହେଉଛି, ଦେଶରେ ପାଖାପାଖି ୪ ମାସ ଧରି ମୌସୁମୀ ଅନୁଭବ ହେବ। ପ୍ରଥମ ଭାଗରେ ତାମିଲନାଡୁର ବିଭିନ୍ନ ଅଞ୍ଚଳ ଛୁଇଁବା ପରେ ଜୁନ୍‌ ୫ ତାରିଖରେ କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଦେଇ ଓଡିଶାକୁ ଛୁଇଁବ। ଜୁନ୍‌ ୧୦ ତାରିଖରେ ମୌସୁମୀ ଓଡ଼ିଶାରେ ପ୍ରବେଶ କରିବ ବୋଲି ପୂର୍ବାନୁମାନ କରିଛି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍‌। ଚଳିତବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା ସ୍ୱାଭାବିକ ରହିବ। ପ୍ରାୟ ୯୩ ପ୍ରତିଶତ ବର୍ଷା ହେବ ବୋଲି ଆକଳନ କରାଯାଇଛି। ମୌସୁମୀ ପ୍ରଭାବରେ ସ୍ୱାଭାବିକ ବର୍ଷା ହେବା ଫଳରେ ଖରିଫ ଋତୁରେ ଚାଷବାସ ପାଇଁ ଅନୁକୂଳ ପାଗ ସୃଷ୍ଟି ହେବ।

ସମ୍ବନ୍ଧିତ ଖବର