ଭୁବନେଶ୍ବର: ମୌସୁମୀ ଦୁର୍ବଳ ରହିଛି। ତେଣୁ ଆସନ୍ତା ୫ ଦିନ ଯାଏ ଓଡ଼ିଶାରେ ବଡ଼ ବର୍ଷା ହେବାର ସମ୍ଭାବନା ନାହିଁ। କାଁ ଭାଁ ବର୍ଷା ହୋଇପାରେ। ନ ହେଲେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଗୁରୁବାର ଓ ଶୁକ୍ରବାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ସହ ବର୍ଷା ହୋଇପାରେ। ପରବର୍ତ୍ତୀ ତିନି ଦିନ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ପାଣିପାଗ କେନ୍ଦ୍ର ନିର୍ଦେଶକ ଏଚ୍ ଆର ବିଶ୍ବାସ କହିଛନ୍ତି ଯେ ମୌସୁମୀ ବର୍ଷା ସ୍ବାଭାବିକଠାରୁ ଅଧିକ ରହିଛି। ଜୁନ୍ ପହିଲାରୁ ଆଜି ସୁଦ୍ଧା ସ୍ବାଭାବିକ ଭାବେ ୯୧୪.୫ ମିମି ବର୍ଷା ହେବା କଥା। ମାତ୍ର ଏହି ସମୟ ମଧ୍ୟରେ ୯୮୮.୨ ମିମି ବର୍ଷା ହୋଇଛି। ୭ ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ସେଗୁଡ଼ିକ ହେଲା ବୌଦ୍ଧ, କନ୍ଧମାଳ, ଦେବଗଡ଼, ଢେଙ୍କାନାଳ, କୋରାପୁଟ, ରାୟଗଡ଼ା, ନୟାଗଡ଼। ବାକି ସମସ୍ତ ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ କରାଯାଇଛି। କୌଣସି ସ୍ଥାନରେ ନିଅଣ୍ଟିଆ ବର୍ଷା ହୋଇନାହିଁ।
ମୌସୁମୀ ଦୁର୍ବଳ, କାଁ ଭାଁ ବର୍ଷା ସମ୍ଭାବନା
/sambad/media/post_attachments/wp-content/uploads/2022/08/Rain1-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)