ଭୁବନେଶ୍ବର : ଶନିବାର ଦିନ ରାଜ୍ୟର ପ୍ରାୟ ଅଧିକାଂଶ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇଯାଇଛି। ବର୍ତ୍ତମାନ ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ରହିଥିବାରୁ ମୌସୁମୀଜନିତ ଲଗାଣ ବର୍ଷା ହେଉନାହିଁ। ମୌସୁମୀଜନିତ ନିମ୍ନ ଚାପରେଖା ବର୍ତ୍ତମାନ ସମୁଦ୍ର ପତ୍ତନଠାରୁ ହିମାଳୟର ପାଦଦେଶ ଯାଏ ଲମ୍ବିଛି। ଦୁର୍ବଳ ମୌସୁମୀ ସ୍ଥିତି ଜାରି ରହୁଥିବାରୁ ବାୟୁମଣ୍ଡଳର ତାପମାତ୍ରା ବଢ଼ୁଛି, ଫଳରେ ଅପରାହ୍ନ ଆଡ଼କୁ ରାଜ୍ୟର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବିକ୍ଷିପ୍ତ ବର୍ଷା ହେଉଛି।

Advertisment

ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଆଦି ଜିଲ୍ଲାରେ ବର୍ଷା ହେବ। ତେବେ ଏହାପରେ ରାଜ୍ୟରେ ବି‌ଶେଷ ବର୍ଷାର ସମ୍ଭାବନା ନଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।