ଭୁବନେଶ୍ବର: ଆରମ୍ଭ ହେଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା। ସେପ୍ଟେମ୍ବର ୧୭ ବଦଳରେ ୩ ଦିନ ବିଳମ୍ବରେ, ଆଜି ମୌସୁମୀ ବାୟୁ ସ୍ବାଭାବିକ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ କରିଛି। ଆଜି ଦକ୍ଷିଣ-ପଶ୍ଚିମ ରାଜସ୍ଥାନ ଓ ଗୁଜରାଟର କିଛି କିଛି ଅଞ୍ଚଳରୁ ମୌସୁମୀ ବାୟୁ ଅପସରି ଯାଇଛି। ଧୀରେଧୀରେ ଦେଶର ବିଭିନ୍ନ ଅଂଶରୁ ଅପସାରଣ ପ୍ରକ୍ରିୟା ଆରମ୍ଭ ହୋଇ ଅକ୍ଟୋବର ୧୫ସୁଦ୍ଧା ସମ୍ପୂର୍ଣ୍ଣ ବାହୁଡ଼ିଯିବ। ସାଧାରଣତଃ ଅକ୍ଟୋବର ଦ୍ବିତୀୟ ସପ୍ତାହ ଶେଷ କିମ୍ବା ତୃତୀୟ ସପ୍ତାହ ପ୍ରଥମ ଆଡ଼କୁ ରାଜ୍ୟରୁ ମୌସୁମୀ ଲେଉଟିବା ଆରମ୍ଭ କରିଥାଏ। ଏଣୁ ଓଡ଼ିଶାରେ ମୌସୁମୀ ଆଉ ୨୫ଦିନ ରହିବ ବୋଲି ଆଶା କରାଯାଉଛି। ଅନ୍ୟପଟେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ଆଜି ଦିନତମାମ ବର୍ଷା ଲାଗି ରହିଛି। ଆଜି ରାଜ୍ୟର ବଲାଙ୍ଗୀର, ବରଗଡ଼, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ଦେବଗଡ଼ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଯାଇଛି। ଆସନ୍ତାକାଲି ବର୍ଷାର ପ୍ରକୋପ କମିବ। ୨୨ ତାରିଖରୁ ରାଜ୍ୟରେ ପାଗ ଶୁଖିଲା ରହିବ।
ମୌସୁମୀ ପ୍ରତ୍ୟାବର୍ତ୍ତନ ଆରମ୍ଭ
/sambad/media/post_attachments/wp-content/uploads/2022/09/Rains.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)