ଭୁବନେଶ୍ୱର : ମୌସୁମୀ ଅଧିବେଶନରେ ବାଚସ୍ପତି ପ୍ରଶ୍ନକାଳ ବାତିଲ କରିବା ବିଦ୍ଧି ମୁତାବକ ହୋଇନି। ଏ ନେଇ ଆଜି ଶୂନ୍ୟକାଳରେ ବୈଧାନିକ ପ୍ରଶ୍ନ ଜରିଆରେ ପ୍ରସଙ୍ଗ ଉତଥାପନ କରିଥିଲେ। ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କହିଥିଲେ, ସଂସଦୀୟ ବ୍ୟବସ୍ଥା ଅନୁଯାୟୀ ବାଚସ୍ପତି ଗୃହ ପରିଚାଳନା କରୁଛନ୍ତି ତାହା ସ୍ବାଗତ ଯୋଗ୍ୟ। କିନ୍ତୁ ପ୍ରଶ୍ନକାଳ ପାଇଁ ସଦସ୍ୟମାନଙ୍କଠାରୁ ପ୍ରଶ୍ନ ମଗାଯାଇପାରିଥାନ୍ତା। ପରିସ୍ଥିତିକୁ ଦେଖି ପ୍ରଶ୍ନକାଳକୁ ବାତିଲ କରିବା କ୍ଷମତା ବାଚସ୍ପତିଙ୍କର ରହିଛି। ତାହା ନ କରି ଅଧିବେଶନ ଆରମ୍ଭ ନ ହେଉଣୁ ବାଚସ୍ପତି ପ୍ରଶ୍ନକାଳ ନ ରଖିବା ପାଇଁ ନିଷ୍ପତ୍ତି ନେଲେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ପ୍ରଶ୍ନକାଳ ବାତିଲ କରିବା ସମ୍ବିଧାନ ସମ୍ମତ ନୁହେଁ। ନିର୍ବାଚିତ ପ୍ରତିନିଧି ଭାବେ ପ୍ରଶ୍ନ କରିବା ବିଧାୟକମାନଙ୍କର ମୌଳିକ ଅଧିକାର। ଅଧିବେଶନ ଆରମ୍ଭ ପୂର୍ବରୁ ବାଚସ୍ପତି ଯେଭଳି ନିଷ୍ପତ୍ତି ନେଲେ ତାହା ସୁସ୍ଥ ପରମ୍ପରା ସୃଷ୍ଟି କରିନି।
ବିଧାନସଭା ପାଇଁ ଲୋକସେବା ଓ ଖାରବେଳ ଭବନରେ ଉପସ୍ଥିତ ରହିବେ ଅଫିସର: ବାଚସ୍ପତି
ଭୁବନେଶ୍ୱର : ମୌସୁମୀ ଅଧିବେଶନରେ ବିଧାନସଭା କାର୍ଯ୍ୟରେ ସହଯୋଗ କରିବା ପାଇଁ ଅଫିସରମାନେ ଲୋକସେବା ଭବନ ଓ ଖାରବେଳ ଭବନରେ ଉପସ୍ଥିତ ରହିବେ। ଭିଡିଓ କନଫରେନ୍ସିଂ ଜରିଆରେ ଅଫିସରମାନେ ବିଧାନସଭାର ସମସ୍ତ ପ୍ରୋସିଡିଂ ଦେଖିପାରିବେ। ଏ ନେଇ ଆଜି ବିଧାନସଭାରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଘୋଷଣା କରିଛନ୍ତି। କୋଭିଡ ପାଇଁ ଏହି ବ୍ୟବସ୍ଥା ଅସ୍ଥାୟୀ ଭାବେ କାର୍ଯ୍ୟକାରୀ ହେବ ବୋଲି ବାଚସ୍ପତି ଶ୍ରୀ ପାତ୍ର କହିଥିଲେ।
ଅସମାପ୍ତ ରହିଲା କୋର୍ଟ ଫି (ଓଡ଼ିଶା ସଂଶୋଧନ)ବିଲ୍ ଆଲୋଚନା
ଭୁବନେଶ୍ୱର : ଆସନ୍ତାକାଲି କୋର୍ଟ ଫି ସଂଶୋଧନ ବିଲ୍ ନେଇ ଗୃହରେ ଆଲୋଚନା ହେବ। ଆଜି ଏହି ବିଲ୍ ଉପରେ ଆଲୋଚନା ଅସମାପ୍ତ ରହିଛି। ଇଲେକ୍ଟ୍ରିନିକ୍ସ ପଦ୍ଧତିରେ ନ୍ୟାୟାଳୟ ଫିସ୍ ଦାଖଲ ପାଇଁ ସରକାର କୋର୍ଟ ଫିସ୍ ଅଧିନିୟମ ୧୮୭୦ରେ ଆବଶ୍ୟକ ସଂଶୋଧନ କରିବାକୁ ଆଇନ ମନ୍ତ୍ରୀ ପ୍ରତାପ ଜେନା ବିଧାନସଭାରେ ବିଲ୍ ଆଗତ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/assembly-1-1-1.jpg)
