ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ: ଆଗତ ହେବ ପୂର୍ଣ୍ଣାଙ୍ଗ ବଜେଟ୍

ଭୁବନେଶ୍ବର: ଆଜିଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ଆରମ୍ଭରେ ଦିବଙ୍ଗତ ବିଧାୟକ ସୁରେନ୍ଦ୍ର  କହଁରଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଶୋକ ପ୍ରସ୍ତାବକୁ ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ, କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଓ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଲକ୍ଷ୍ମଣ ମୁଣ୍ଡା ସମର୍ଥନ କରିଥିଲେ। ଏମାନେ ସମସ୍ତେ ଦିବଙ୍ଗତ ବିଧାୟକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହାପରେ ପ୍ରଶ୍ନକାଳ ଆରମ୍ଭ ହୋଇଛି। ନୂତନ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହ ପରିଚାଳନା କରୁଛନ୍ତି।

ସୂଚନାଯୋଗ୍ୟ, ବିଧାନସଭାର ମୌସୁମୀ ଅଧିବେଶନ ଜୁଲାଇ ୨ରୁ ଅଗଷ୍ଟ ୪ ପର୍ଯ୍ୟନ୍ତ ଚାଲିବ ବୋଲି ନିଷ୍ପତ୍ତି ହୋଇଛି। ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ଅଧିବେଶନରେ ୨୪ଟି କାର୍ଯ୍ୟଦିବସ ରହିଛି। ଅନ୍ୟପକ୍ଷରେ ଚଳିତ ବିଧାନସଭାର ଅଧିବେଶନର କାର୍ଯ୍ୟ ସମୟକୁ ଘଣ୍ଟାଏ ବୃଦ୍ଧି କରାଯାଇଛି। ପୂର୍ବରୁ କରୋନା ପାଇଁ ୫ଘଣ୍ଟା ଚାଲୁଥିବା ବେଳେ ଏବେ ପ୍ରତ୍ୟେକ ଦିନ ୬ଘଣ୍ଟା ଗୃହ ଚାଲିବ। ସକାଳ ସାଢ଼େ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ଣ ଦେଢ଼ଟା ଓ ଅପରାହ୍ଣ ୪ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ କାର୍ଯ୍ୟ ଚାଲିବ। ବିଧାନସଭା ଉପଲକ୍ଷେ ସବୁ ମନ୍ତ୍ରୀ, ବିଧାୟକ, ସୁରକ୍ଷାକର୍ମୀ, ବିଧାନସଭା କର୍ମଚାରୀ ଓ ଅନ୍ୟମାନଙ୍କ କରୋନା ପରୀକ୍ଷା କରାଯାଇଛି। ତେବେ ବିଧାନସଭା ପାଇଁ ରଣନୀତି ପ୍ରସ୍ତୁତ ନେଇ ଆଜି ବିଜେପି, ବିଜେଡି ଓ କଂଗ୍ରେସର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିସି ଜରିଆରେ ବିଜେଡି ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଛି।
ଅଧିବେଶନର ପ୍ରଥମ ଦିନରେ ଅର୍ଥାତ୍ ଆଜି ଅପରାହ୍ଣରେ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବ। ପୂର୍ବରୁ କରୋନା ପାଇଁ ୫ଘଣ୍ଟା ଚାଲୁଥିବା ବେଳେ ଏବେ ପ୍ରତ୍ୟେକ ଦିନ ୬ଘଣ୍ଟା ଗୃହ ଚାଲିବ। ସକାଳ ସାଢ଼େ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ଣ ଦେଢ଼ଟା ଓ ଅପରାହ୍ଣ ୪ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ କାର୍ଯ୍ୟ ଚାଲିବ। ବିଧାନସଭା ଉପଲକ୍ଷେ ସବୁ ମନ୍ତ୍ରୀ, ବିଧାୟକ, ସୁରକ୍ଷାକର୍ମୀ, ବିଧାନସଭା କର୍ମଚାରୀ ଓ ଅନ୍ୟମାନଙ୍କ କରୋନା ପରୀକ୍ଷା କରାଯାଇଛି।

ସମ୍ବନ୍ଧିତ ଖବର