୪୮ ଘଣ୍ଟାରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ : ପାଣିପାଗ ବିଭାଗ

ଭୁବନେଶ୍ବର : ଦକ୍ଷିଣ-ପଶ୍ଚିମ ମୌସୁମୀ ଆଜି ଆହୁରି ଅଗ୍ରଗତି କରି ଉତ୍ତର ଆରବ ସାଗର, ଦକ୍ଷିଣ ଗୁଜୁରାଟର ଆଉ କିଛି ଅଂଶ, ଦକ୍ଷିଣ ମଧ୍ୟପ୍ରଦେଶ ଓ ଛତିଶଗଡ଼, ଓଡ଼ିଶାର ଆଉ କିଛି ଅଂଶ, ପଶ୍ଚିମବଙ୍ଗର କିଛି ଅଂଶକୁ ସ୍ପର୍ଶ କରିଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ମୌସୁମୀ ସମଗ୍ର ଓଡ଼ିଶା ଓ ଛତିଶଗଡ଼, ମଧ୍ୟପ୍ରଦେଶର ଓ ବିହାରର ଆଉ କିଛି ଅଂଶ ଓ ଉତ୍ତରପ୍ରଦେଶରେ ପହଞ୍ଚିବାର ସମ୍ଭାବନା ରହିଛି ।

ଗତ କାଲି ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସାଇକ୍ଲୋନିକ ସର୍କୁଲେସନ ଆଜି ଏକ ଲଘୁଚାପରେ ପରିଣତ ହୋଇଛି । ଆସନ୍ତା କାଲି ଏହା ଆହୁରି ଘନୀଭୂତ ହୋଇ ଉତ୍ତର, ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ପୂର୍ବ ଭାରତ ବିଶେଷକରି ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ମଧ୍ୟ ଭାରତର କେତେକ ଅଂଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଓଡ଼ିଶାର କେତେକ ସ୍ଥାନେ ଅତି ପ୍ରବଳ ବର୍ଷା ଅର୍ଥାତ ୨୦ ମିଲିମିଟରରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।ସେହିପରି ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ବି ଏହି ଲଘୁଚାପ ପ୍ରଭାବରୁ ବର୍ଷା ହେବ ।

ସମ୍ବନ୍ଧିତ ଖବର