୭ରେ କେରଳ ଛୁଇଁପାରେ ମୌସୁମୀ, ପୂର୍ବାନୁମାନ କଲା ସ୍କାଇମେଟ୍

ଭୁବନେଶ୍ୱର : ଏଥର ମୌସୁମୀ ବିଳମ୍ବିତ ହୋଇଛି । କେରଳରେ ସାଧାରଣତଃ ଜୁନ୧ରେ ମୌସୁମୀ ଛୁଇଁଥାଏ । କିନ୍ତୁ ଏଥର ତାହା ହୋଇନାହିଁ । ତେବେ ଖୁସିର କଥା ହେଉଛି ଆସନ୍ତା ୭ରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ । ଏପରି ପୂର୍ବାନୁମାନ କରିଛି ଘରୋଇ ପାଣିପାଗ ସଂସ୍ଥା ସ୍କାଇମେଟ । ସଂସ୍ଥା ପକ୍ଷରୁ କୁହାଯାଇଛି ଯେ କେରଳରେ ମୌସୁମୀ ଛୁଇଁବା ଲାଗି ପରିବେଶ ଅନୁକୂଳ ହୋଇଯାଇଛି ।

ତେବେ ଏହି ତାରିଖ ଦିନେ ଦୁଇଦନ ଏପାଖସେପାଖ ହୋଇପାରେ । କେରଳରେ ୭ରେ ମୌସୁମୀ ଆସିଲେ ଓଡ଼ିଶାରେ ମୌସୁମୀ ଆସୁ ଆସୁ ଜୁନ ୧୫ ଟପିଯିବ । କାରଣ କେରଳରେ ମୌସୁମୀ ଛୁଇଁବାର ପ୍ରାୟ ୧୦ରୁ ୧୨ ଦିନ ପରେ ଓଡ଼ିଶା ଆସିଥାଏ ମୌସୁମୀ । ଏଣୁ ଏଥର ଶୁଖିଲା ରଜ ହେବାର ସମ୍ଭାବନା ରହିଛି । ତେବେ ଏହି ତାରିଖ ପ୍ରାୟ ୨-୩ ଦିନ ଏପାଖ ସେପାଖ ହୋଇପାରେ । ଗତ ମେ ୩ୟ ସପ୍ତାହରେ ଆଣ୍ଡାମାନ ଛୁଇଁଥିଲା ମୌସୁମୀ । କିନ୍ତୁ ପରିବେଶ ଅନୁକୂଳ ନଥିବାରୁ ତାହା ଆଗେଇପାରିନଥିଲା ।

ସମ୍ବନ୍ଧିତ ଖବର