ଓଡ଼ିଶାର ଅଧାରୁ ଅଧିକ ଅଞ୍ଚଳରୁ ମୌସୁମୀର ପ୍ରତ୍ୟାବର୍ତ୍ତନ  

୪୮ ଘଣ୍ଟାରେ ଲଘୁଚାପ, କିନ୍ତୁ ବାତ୍ୟା ଆଶଙ୍କା କମ : ଆଇଏମଡି

ଭୁବନେଶ୍ବର : ଓଡ଼ିଶାର ଆଉ କିଛି ଅଞ୍ଚଳରୁ ଅପସରିଯାଇଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଆଜି ସୁଦ୍ଧା ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୋନପୁର, ନୂଆପଡ଼ା, ବୌଦ୍ଧ, ଓ ନବରଙ୍ଗପୁରରୁ  ମୌସୁମୀ ଅପସରିଯାଇଛି ।

ସେହପରି ଅନୁଗୁଳ, କଳାହାଣ୍ଡିର ଆଉ କିଛି ଅଂଶ, ମାଲକାନଗିରି, କୋରାପୁଟ, ରାୟଗଡ଼ା,ଢେଙ୍କାନାଳ, କେନ୍ଦୁଝର ଓ ମୟୁରଭଞ୍ଜର କିଛି ଅଂଞ୍ଚଳରୁ ମୌସୁମୀର ପ୍ରତ୍ୟାବର୍ତ୍ତନ ହୋଇଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ଆଗାମୀ ୨ ଦିନରେ ମୌସୁମୀ ଓଡ଼ିଶାର ଅଧିକାଂଶ ଜିଲ୍ଲାରୁ ପ୍ରତ୍ୟାବର୍ତ୍ତନ କରିସାରିଥିବ ବୋଲି ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ଅନ୍ୟପକ୍ଷରେ ଆସନ୍ତା ୪୮ ଘଣ୍ଟାରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ଓଡ଼ିଶା ଓ ଉତ୍ତର-ଆନ୍ଧ୍ର ଉପକୂଳ ଆଡ଼କୁ ଗତି କରିବ । ତେବେ ଏହା ବାତ୍ୟାରେ ପରିଣତ ହେବାର ସମ୍ଭାବନା କମ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର