ଭୁ‌ବନେଶ୍ବର: ଆସନ୍ତା  ଜୁଲାଇ ୨ ତାରିଖ ଠାରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହା ଅଗଷ୍ଟ ୪ ତାରିଖ ଯାଏ ଚାଲିବ।  ମୌସୁମୀ ଅଧିବେଶନରେ ମୋଟ ୨୪ କାର୍ଯ୍ୟଦିବସ ରହିଛି । ଅଧିବେଶନର ଆରମ୍ଭ ଅର୍ଥାତ ପ୍ରଥମ ଦିନ ଜୁଲାଇ ୨ରେ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହେବ।  

Advertisment

ମୌସୁମୀ ଅଧିବେଶନ ପାଇଁ କଡ଼ା ସୁରକ୍ଷା ବଳୟରେ ରହିବ ବିଧାନସଭା।  ଗତଥର ମୌସୁମୀ ଅଧିବେଶନ ସମୟରେ ବିଧାନସଭା ଚାରିକଡ଼ ରାସ୍ତାକୁ ନୋ ମ୍ୟାନ୍‌ସ ଲ୍ୟାଣ୍ଡ ଏରିଆ ଭାବେ ଘୋଷଣା କରାଯାଇଥିଲା। ବିଧାନସଭା ଭିତର, ଧାରଣାସ୍ଥଳ ଓ ଚତୁଃପାର୍ଶ୍ବ ସୁରକ୍ଷା ଦାୟିତ୍ବରେ ୩୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିଲା। ତା ସାଙ୍ଗକୁ ୧୫୦ ଅଫିସର ନିୟୋଜିତ ଥିଲେ। ପୁଲିସ ଡିଜି ଅଭୟ, ପୁଲିସ କମିସନର, ଗୁଇନ୍ଦା ନିର୍ଦ୍ଦେଶକ, ଆଇନଶୃଙ୍ଖଳା ଏଡିଜି, ଡିସିପି ଓ ଅନ୍ୟ ବରିଷ୍ଠ ପଦାଧିକାରୀମାନଙ୍କ ସହ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ। ବିଧାନସଭା ପରିସର ଓ ବାହାର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ସହ ଗୁଇନ୍ଦା ସୂଚନାକୁ ଗୁରୁତ୍ବ ଦିଆଯାଇଥିଲା।