କଟକ : କଂଗ୍ରେସ ବିଧାୟକ ଦଳ ସଂପାଦକ ପଦରୁ ବାରବାଟୀ-କଟକ ବିଧାୟକ ଇଂଜିନିୟର ମହମ୍ମଦ ମୋକିମ୍ ଇସ୍ତଫା ଦେଇଛନ୍ତି। ବିଧାନସଭା ଅଧିବେଶନ ଆରମ୍ଭର ମାତ୍ର କିଛିଦିନ ପୂର୍ବରୁ ଶ୍ରୀ ମୋକିମଙ୍କ ଇସ୍ତଫା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।
ଇସ୍ତଫା ସଂପର୍କରେ ଶ୍ରୀ ମୋକିମ୍ କହିଛନ୍ତି ଯେ ଏହା ସେଭଳି କୌଣସି ଗୁରୁତ୍ବପୂର୍ଣ୍ଣ ପଦ ବା ଦାୟିତ୍ବ ନୁହେଁ। ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ବିଧାୟକଙ୍କୁ ଚିଠି କରି ଜଣାଇବା ଦାୟିତ୍ବ ଏଥିରେ ଥାଏ। ବିଭିନ୍ନ ସମୟରେ ଏଭଳି କାର୍ଯ୍ୟ କରିବାରେ ସମସ୍ୟା ରହିବାରୁ ମୁଁ ଦାୟିତ୍ବ ଛାଡ଼ିଛି। ଏହାପଛରେ ସେଭଳି କୌଣସି ବିଶେଷ କାରଣ ନାହିଁ ବୋଲି ଶ୍ରୀ ମୋକିମ୍ ସ୍ପଷ୍ଟ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/Mohammed-Moquim.jpg)