ହରିଚନ୍ଦନପୁର : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ବରେଇଗୋଡ଼ା ପଞ୍ଚାୟତର ୧ ନମ୍ବର ବୁଥ୍ ଅଧୀନରେ ଥିବା କାଞ୍ଜିଆପାଳ ତୁର୍କିପଦା ଗ୍ରାମର ୧୨୨ଜଣ ଜୁଆଙ୍ଗ ଭୋଟରଙ୍କ ନାମ ତାଲିକାରୁ କଟିଯାଇଥିବାରୁ ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି। ପଞ୍ଚାୟତ ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରକାଶ ପରେ ତୁର୍କିପଦା ଗ୍ରାମର ୧୨୨ଜଣ ଜୁଆଙ୍ଗ ନାମ ସେଥିରେ ନଥିଲା।
ଏନେଇ ପୂର୍ବତନ ସରପଞ୍ଚ ବନମାଳୀ ଦେହୁରୀ ଏବଂ ବରିଷ୍ଠ କଂଗ୍ରେସ ନେତା ସୁରଥ ଚନ୍ଦ୍ର ସାହୁ ବିଡିଓ ପ୍ରଭୁକଲ୍ୟାଣ ଦାସଙ୍କ ନିକଟରେ ଅଭିଯୋଗ କରିଥିଲେ। ସେମାନଙ୍କ ନାମ ଭୋଟର ତାଲିକାରେ ଚଢ଼ାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ପଞ୍ଚାୟତ ନିର୍ବାହୀ ଅଧିକାରୀ ତୁର୍କିପଦା ଗ୍ରାମର ସମ୍ପୃକ୍ତ ଭୋଟରଙ୍କ ନାମ ତାଲିକାରେ ସଂଯୋଗ କରିଥିଲେ। କିନ୍ତୁ ଆଜି ପୁଲିଂ ବୁଥ୍ ଗ୍ରାମରେ ପହଞ୍ଚିବା ପରେ ଏକ ନମ୍ବର ବୁଥ୍ରେ ୨୭୯ଜଣ ଭୋଟରଙ୍କ ସ୍ଥାନରେ ମାତ୍ର ୧୫୭ଜଣ ନାମ ରହିଛି। ତୁର୍କିପଦା ଗ୍ରାମର ୧୨୨ଜଣ ଜୁଆଙ୍ଗ ଭୋଟରଙ୍କ ନାମ କଟିଯାଇଛି। ଏ ସମ୍ପର୍କରେ ବିଡିଓ ଶ୍ରୀ ଦାସଙ୍କୁ ପଚାରିବାରୁ ସଂଶୋଧନ ତାଲିକା ପ୍ରସ୍ତୁତ ପାଇଁ ସମୟ ସୀମା ପରେ କରାଯାଇଥିବାରୁ ଭୋଟରଙ୍କ ନାମ କଟିଯାଇଥିବା ସେ ସୂଚନା ଦେଇଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/election-fffaaa.jpg)