ତେ‌ଲେଙ୍ଗାନାରେ ୨୩ ଦାଦନ ଶ୍ରମିକ ବନ୍ଧକ

ଭାଟି ମାଲିକ ଦେଉନାହିଁ ଟଙ୍କା, ଉଦ୍ଧାର ପାଇଁ ପରିବାର ଲୋକ ଓ ଗ୍ରାମବାସୀଙ୍କ ଦାବି

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍‌ ମାକରବିର୍ଲି ଗ୍ରାମର ୨୩ ଜଣ ଦାଦନ ଶ୍ରମିକ ତେଲେଙ୍ଗାନା ରାଜ୍ୟରେ ବନ୍ଧକ ପଡ଼ିଥିବା ଅଭିଯୋଗ ହୋଇଛି। ଏହି ଶ୍ରମିକମାନଙ୍କୁ ସେଠାରେ ଇଟାଭାଟି ମାଲିକ ନିର୍ଯାତନା ଦେବା ସହ ପାରିଶ୍ରମିକ ବାବଦ ପାଉଣା ମଧ୍ୟ ଦେଉନଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଶ୍ରମିକମାନଙ୍କୁ ଉଦ୍ଧାର ପାଇଁ ପରିବାର ଲୋକ ତଥା ଗ୍ରାମବାସୀ ଦାବି କରିଛନ୍ତି।

ସୂଚନା ଅନୁଯାୟୀ ନୂଆପଡ଼ା ଜିଲ୍ଲା ବୋଡ଼ନ ବ୍ଲକ୍‌ ନାଗପଡ଼ା ପଞ୍ଚାୟତ ମାକରବିର୍ଲି ଗ୍ରାମର ବିଲିଆରସିଂ ମାଝୀ (୪୦ ବର୍ଷ), ଗୁଣଧର ମାଝୀ (୧୬ ବର୍ଷ), କ୍ଷୀର ମାଝୀ (୨୩ ବର୍ଷ), ଚରଣ ମାଝୀ (୩୨ ବର୍ଷ), ଘନଶ୍ୟାମ ମାଝୀ (୩୨ ବର୍ଷ), ସ୍ତ୍ରୀ ତିଲେ ମାଝୀ (୨୭ ବର୍ଷ), ପୁଅ ଧନମତି ମାଝୀ (୬ ବର୍ଷ), ସବିତା ମାଝୀ (୩୦ ବର୍ଷ), ତରଣୀ ମାଝୀ (୫ ବର୍ଷ), ମାଝି ବୁଢ଼ା (୩ ବର୍ଷ), ବଳବନ୍ତ ମାଝୀ (୨୧ ବର୍ଷ), ଚେମନୀ ମାଝୀ (୧୯ ବର୍ଷ), ଟିକେଲାଲ ମାଝୀ (୨୬ ବର୍ଷ), କ୍ଷୀରମଣି ମାଝୀ (୨୦ ବର୍ଷ), କ୍ଷୀରସିଂ ମାଝୀ (୨୫ ବର୍ଷ), ବାସନ୍ତୀ ମାଝୀ (୨୩ ବର୍ଷ), ନୀଳାବତୀ ମାଝୀ (୩୦ ବର୍ଷ), ରାଜେମନ ମାଝୀ (୩୫ ବର୍ଷ), ଉମେଶ ମାଝୀ (୮ ବର୍ଷ), ଯୋଗେଶ୍ବର ମାଝୀ (୩୦ ବର୍ଷ), ପ୍ରମିଳା ମାଝୀ (୨୮ ବର୍ଷ), ଜିରା ମାଝୀ (୨୪ ବର୍ଷ), ଫୁଲମଣି ମାଝୀ (୨୫ ବର୍ଷ) ମୋଟ୍‌ ୨୩ ଜଣ ଶ୍ରମିକଙ୍କୁ ଗତବର୍ଷ ନଭେମ୍ବର ମାସରେ କୋମନା ବ୍ଲକ୍‌ ସେମେଲପାଲି ଗ୍ରାମର ଦାଦନ ସର୍ଦାର ମୁଜିବ୍ ଖାନ ତେଲେଙ୍ଗାନାକୁ ଦାଦନ ଖଟାଇବାକୁ ନେଇଥିଲା। ସେଠାରେ କଇଦାପାଲି ଜିଲ୍ଲା ରାମପୁର୍ଲା ଗ୍ରାମ ଇଟାଭାଟି ମାଲିକ ଆଲକାନଙ୍କ ପାଖରେ ଶ୍ରମିକମାନେ କାମ କରୁଥିଲେ। ୩ ମାସ କାମ କରିବା ପରେ ଇଟାଭାଟି ମାଲିକଙ୍କୁ ଟଙ୍କା ମାଗିବାରୁ ସେ ଟଙ୍କା ଦେବାକୁ ମନା କରିଥିଲା।

ଭାଟିରେ କାମ କରାଇ ଠିକ୍ ଭାବରେ ଖାଇବାକୁ ଦେଉନଥିବା ଅଭିଯୋଗ କରିଛନ୍ତି। ଶ୍ରମିକମାନେ ଘରକୁ ଯିବାପାଇଁ ପାରିଶ୍ରମିକ ବାବଦ ଟଙ୍କା ମାଗିବାରୁ ମାଲିକ ଧମକ ଦେଉଥିବା ଅଭିଯୋଗ ହୋଇଛି। ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ଶ୍ରମ ଅଧିକାରୀ ତୁରନ୍ତ ହସ୍ତକ୍ଷେପ କରି ବନ୍ଧକ ଥିବା ଶ୍ରମିକଙ୍କୁ ଉଦ୍ଧାର କରିବାକୁ ପରିବାର ଲୋକ ଓ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର