ଭୁବନେଶ୍ୱର: ଆଜି ଦିନ ୨ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୪୩.୮ ଡିଗ୍ରି ଏବଂ ଆର୍ଦ୍ରତା ୪୦% ରେକର୍ଡ କରାଯାଇଛି। ସମ୍ବଲପୁରରେ ତାପମାତ୍ରା ସର୍ବାଧିକ ୪୫.୩ ଡିଗ୍ରି ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।
ରାଜଧାନୀରେ ଅସହ୍ୟ ଗୁଳୁଗୁଳି ଆଉ ତାତି !!
ଆଜି ଦିନ ୨ଟା ୩୦ ସୁଦ୍ଧା ରାଜଧାନୀ #ଭୁବନେଶ୍ୱର ରେ ତାପମାତ୍ରା ୪୩.୮ ଡ଼ିଗ୍ରୀ ଏବଂ ଆଦ୍ରତା ୪୦% ରେକର୍ଡ @bmcbbsr @SRC_Odisha @IPR_Odisha @PIBBhubaneswar @DDNewsOdia @airnews_cuttack @osdmaodisha
— Meteorological Centre, Bhubaneswar (@mcbbsr) June 12, 2023
ଏଣେ ଆହୁରି ୫ ଦିନ ପ୍ରଚଣ୍ଡ ତାତି। ଆସନ୍ତା ୫ ଦିନ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରବାହ। ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ଏଚ ଆର ବିଶ୍ୱାସ। ସେ କହିଛନ୍ତି, ଏବେ ଆଭ୍ୟନ୍ତରୀଣ ପଶ୍ଚିମ ସାଙ୍ଗକୁ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ହିଟ୍ ୱେଭ୍ ସ୍ଥିତି ଜାରି ରହିଛି। ଆସନ୍ତା ଦୁଇ ଦିନ ପ୍ରବଳ ହିଟ୍ ୱେଭ୍ ରହିବ। ୧୪ ତାରିଖରେ କାଳବୈଶାଖୀ ସମ୍ଭାବନା ଥିବାରୁ ହିଟ୍ ୱେଭ୍ ସାମାନ୍ୟ କମିବ। ଉତ୍ତର ଆଭ୍ୟନ୍ତରୀଣରେ ଜାରି ରହିବ ହିଟ୍ ୱେଭ୍। ଆଜି ଭୁବନେଶ୍ୱରରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ମୌସୁମୀ ଟ୍ରାଞ୍ଜିସନ୍ ସମୟରେ ଜଳୀୟବାଷ୍ପ ସ୍ୱାଭାବିକ ଭାବେ ଆସିଥାଏ। ଏଣୁ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୁତ ହୁଏ।