ରାଜ୍ୟରେ ୫୦ ବେଆଇନ ବନ୍ଧୁକ ଜବତ, ଦଫା ୧୧୦ରେ ୬୦୧ ଅପରାଧୀ ଗିରଫ

କଟକ : ନିର୍ବାଚନ ପୂର୍ବରୁ ମାତ୍ର ଦେଢ଼ ମାସ ମଧ୍ୟରେ ରାଜ୍ୟରେ ୫୦ଟି ବେଆଇନ ବନ୍ଧୁକ ଜବତ କରାଯାଇଛି। ୬୦୧ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ସିଆର‌୍‌ପିସିର ଧାରା ୧୧୦ରେ ଗିରଫ କରି ଜେଲ୍‌ ପଠାଯାଇଛି। ଜାମିନ ବିହୀନ ଗିରଫ ପରଵାନା(ଏନ୍‌ବିଡବ୍ଲୁ) ଜାରି ହୋଇଥିବା ୨ ହଜାର ୯୮୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏବେ ଯେଉଁମାନେ ଏନ୍‌ବିଡବ୍ଲୁରେ ଧରାଯାଇ ନାହିଁ, ସେ ସ˚କ୍ରାନ୍ତରେ ଓଡ଼ିଶା ପୁଲିସ େଵବ୍‌ସାଇଟ୍‌ରେ ନାମ ଉଲ୍ଲେଖ କରାଯାଇଛି। ଥାନା ଵାରି କେତେ ସ˚ଖ୍ୟାରେ ମାମଲା ପଡ଼ିରହିଛି, ଥାନାର ନୋଟିସ୍‌ ବୋର୍ଡରେ ଉଲ୍ଲେଖ କରିବାକୁ ଡିଜି ଡାକ୍ତର ଆର‌୍‌.ପି. ଶର୍ମା ଆଜି ନିର୍ଦ୍ଦେଶ ଦେଇଛନ୍ତି। ଏନ୍‌ବିଡବ୍ଲୁ ଜାରି ହୋଇଥିବା ଅଭିଯୁକ୍ତଙ୍କ ବିରୋଧରେ ମଧ୍ୟ ସାଧାରଣ ଲୋକେ ପୁଲିସକୁ ତଥ୍ୟ ଯୋଗାଇବାକୁ ଡିଜି ନିବେଦନ କରିଛନ୍ତି। ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୫୬ ଶହ ୧୧ ଲିଟର ବିଦେଶୀ ମଦ ଏବ˚ ୧୯ ହଜାର ୨୭୭ ଲିଟର ଆଇଡି ଲିକର‌୍‌ ଜବତ କରାଯାଇଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଡିଜି ଆଜି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ପୁଲିସ କମିସନର, ରେଞ୍ଜ ଆଇଜି, ଡିଆଇଜି, ଡିସିପି ଏବ˚ ଏସ୍‌ପିଙ୍କ ସହିତ ଆଲୋଚନା କରିଥିଲେ। ନିର୍ବାଚନ ସମୟରେ ସୁରକ୍ଷା ବ୍ୟବସ୍ଥା ସଂପର୍କରେ ଏଥିରେ ଆେଲାଚନା େହାଇଥିଲା। ନିର୍ବାଚନ ଆରମ୍ଭ ପୂର୍ବରୁ ଯେଭଳି ପ୍ରତ୍ୟେକ ଜିଲ୍ଲାର ଅପରାଧୀ ଜେଲରେ ଥିବେ, ସେ ନେଇ ଡାକ୍ତର ଶର୍ମା ତାଗିଦ କରିଥିଲେ।

ଏହି ଅବସରରେ ମୋବାଇଲ୍‌ ପାର୍ଟି, ଫ୍ଲାଇ˚ ସ୍କ୍ବାଡ୍‌ ଗଠନ କରିବା ଲାଗି ଏସପିମାନଙ୍କୁ ନିେର୍ଦଶ ଦିଆଯାଇଥିଲା ଓ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ କୁହାଯାଇଥିଲା। ରାଜନେତାଙ୍କ ସହିତ ସମ୍ପର୍କ ଥିବା ହୋମଗାର୍ଡ କିମ୍ବା ଗ୍ରାମରକ୍ଷୀଙ୍କୁ ନିର୍ବାଚନ ଡ୍ୟୁଟିରେ ନିୟୋଜିତ କରିବାକୁ ବାରଣ କରାଯାଇଥିଲା। ବୈଠକରେ ବରିଷ୍ଠ ପୁଲିସ ଅଧିକାରୀମାେନ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର