ଘୁ.ଉଦୟଗିରି: ଦୁର୍ଘଟଣାର ହବ ପାଲଟିଛି କଳିଙ୍ଗା ଘାଟି। ଯେମିତି ଅନେଇ ବସିଛି କଳିଙ୍ଗା ଘାଟିରେ ଯାତାୟତ ଗାଡି ମଟର ଗୁଡିକୁ ଦୀର୍ଘଟଣା ଭିତରକୁ ଟାଣିବାକୁ। ଗୋଟିଏ ଦିନରେ ଗୋଟିଏ ସ୍ଥାନରେ ଦୁଇ ଦୁଇଟି ଟ୍ରକ ଦୁର୍ଘଟଣା ଦୁର୍ଘଟଣା ଏମିତି ଥିଲା ଯେ ଟ୍ରକ ଭିତରେ ଚାପି ହୋଇରହିଥିବା ଟ୍ରକ ଚାଳକ କୁ ଗ୍ୟାସ କଟର ସାହାଯ୍ୟରେ କାଟି ବାହାର କରି ସଙ୍ଗେ ସଙ୍ଗେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠେଇ ଦିଆଯାଇଥିଲା। ପାଖରେ ଘୁ. ଉଦୟଗିରି ସ୍ୱାସ୍ଥ୍ୟ କେନ୍ଦ୍ର ହେଲେ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ରେ ନାହିଁ କୌଣସି ସୁଵିଧା। ଏଣୁ ୧୨୫କିମି ଦୂର ବ୍ରହ୍ମପୁର ଯିବାକୁ ପଡୁଛି।
ଗୋଟିଏ ସପ୍ତାହରେ ୪ଗୋଟି ବଡ଼ ଦୁର୍ଘଟଣା ଘଟିଲାଣି କଳିଙ୍ଗା ଘାଟିରେ। ଗୁରୁବାର ରାତିରେ ଏକ ଲୁହା ପାଇପ ବୋଝେଇ ଟ୍ରକ ୫୦ଫୁଟ ତଳକୁ ଖସି ପଡ଼ିଥିଲା, ଯେଉଁଥିରେ ଡ୍ରାଇଭର ନିଜ ଉପସ୍ଥିତ ବୁଦ୍ଧି ଖଟେଇ ଟ୍ରକରୁ ତଳକୁ ଡେଇଁ ପଡି ଆହତ ହୋଇଥିଲେ। ଟ୍ରକଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏହିଭଳି ଦୁର୍ଘଟଣାର ଆଁରେ କଳିଙ୍ଗା ଘାଟି ଥିବା ବେଳେ ଦିନକୁ ଦିନ ଦୁର୍ଘଟଣା ବଢ଼ିବାରେ ଲାଗିଛି। ବେପରୁଆ ଗାଡ଼ି ଚାଳନା ହେଉ କି ଯାନ୍ତ୍ରିକ ତ୍ରୁଟିରୁ ଦୁର୍ଘଟଣା ହେଉ ଆହତଙ୍କୁ ଜରୁରୀକାଳୀନ ଚିକିତ୍ସା ଯୋଗେଇବା ନିମନ୍ତେ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଲୋକ ଭରସା ନ କରି ଦୂର ଦୁରନ୍ତ ସ୍ଥାନକୁ ଚିକିତ୍ସା ନିମନ୍ତେ ଯାଉଥିବା ଦେଖିବାକୁ ମିଳୁଛି।
ଜାତୀୟ ରାଜପଥରେ କଳିଙ୍ଗା ଘାଟି ପଡୁଥିବା ବେଳେ ଜାତୀୟ ରାଜପଥ ଠାରୁ ୮କିମି ଦୂରରେ ଘୁ.ଉଦୟଗିରି ସହର ଅବସ୍ଥିତ। ଏଣୁ ଏହି ଠାରେ ଏକ ଟ୍ରମା କେୟାର ୟୁନିଟ ସ୍ଥାପନ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।ଦୁର୍ଘଟଣା ପ୍ରବଣ କଳିଙ୍ଗା ଘାଟିରେ ଦୁର୍ଘଟଣା ରେ ଆହତ ମନେ ଚିକିତ୍ସା ପାଇବାରେ ସୁବିଧା ହୋଇପାରିବ।