ଭୁବନେଶ୍ୱର : ରାଜ୍ୟରେ ମୋଟ୍ ୬୯୭୦ଜଣ ଭିକାରୀ ଥିବାବେଳେ ଏଥିରୁ ୧୦୬୦ଜଣ କଟକ ଜିଲ୍ଲାରେ ଅଛନ୍ତି। ସେହିପରି ବୌଦ୍ଧରେ ସବୁଠୁ କମ୍‌ ୫ଜଣ ଭିକାରୀ ଅଛନ୍ତି। କଟକରେ ସବୁଠୁ ଅଧିକ ପୁରୁଷ ଭିକାରୀ ୭୪୯ଜଣ ଥିବାବେଳେ ବରଗଡ଼ରେ ସବୁଠୁ ଅଧିକ ମହିଳା ଭିକାରୀ ୩୨୦ଜଣ ଅଛନ୍ତି ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି।

Advertisment

publive-image

ବିଧାୟକ ନାଉରୀ ନାୟକଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି ଯେ, ରାଜ୍ୟରେ ମୋଟ୍ ୬୯୭୦ଜଣ ଭିକାରୀଙ୍କ ମଧ୍ୟରୁ ୪୧୨୮ଜଣ ପୁରୁଷ ଏବଂ ୨୮୪୨ଜଣ ମହିଳା ଭିକାରୀ। ରାଜ୍ୟରେ ଜଣେ ବି ଶିଶୁ ଭିକାରୀ ନାହାନ୍ତି। ଅନୁଗୁଳରେ ୨୦୫ଜଣ, ବାଲେଶ୍ବରରେ ୧୩୧, ବରଗଡ଼ରେ ୫୯୫, ଭଦ୍ରକରେ ୧୮୮, ବଲାଙ୍ଗୀରରେ ୫୦୨, ବୌଦ୍ଧରେ ୫, କଟକରେ ୧୦୬୦, ଦେବଗଡ଼ରେ ୮, ଢେଙ୍କାନାଳରେ ୧୩୨, ଗଜପତିରେ ୫୮, ଗଞ୍ଜାମରେ ୫୪୫, ଜଗତସିଂହପୁରରେ ୫୩, ଯାଜପୁରରେ ୧୯୬, ଝାରସୁଗୁଡ଼ାରେ ୪୧, କଳାହାଣ୍ଡିରେ ୩୬୩, କନ୍ଧମାଳରେ ୬୦, କେନ୍ଦ୍ରାପଡ଼ା‌େର ୨୨, କେନ୍ଦୁଝରରେ ୪୮, ଖୋର୍ଦ୍ଧାରେ ୪୧୮, କୋରାପୁଟରେ ୨୨୨, ମାଲକାନଗିରିରେ ୫୯, ମୟୂରଭଞ୍ଜରେ ୧୬୪, ନବରଙ୍ଗପୁରରେ ୧୮୩, ନୟାଗଡ଼ରେ ୫୮, ନୂଆପଡ଼ାରେ ୩୫୪, ପୁରୀରେ ୩୫୦, ରାୟଗଡ଼ାରେ ୧୭୬, ସମ୍ବଲପୁରରେ ୪୪, ସୋନପୁରରେ ୨୮୩, ସୁନ୍ଦରଗଡ଼ରେ ୪୪୭ଜଣ ଭିକାରୀ ଅଛନ୍ତି।

ସେହିପରି ଏବେ ପୁରୀରେ ନୀଳାଦ୍ରି ନିଳୟ ଏବଂ ଭୁବନେଶ୍ବରରେ ଏକାମ୍ର ନିଳୟନାମରେ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରି ଦୁଇ ସହରକୁ ଭିକ୍ଷୁକ ମୁକ୍ତ କରିବା ପାଇଁ ପଦକ୍ଷେପ ନିଆଯାଇଛି। ଏହାବାଦ୍ ଖୋର୍ଦ୍ଧା, ସମ୍ବଲପୁର ଜିଲ୍ଲାରେ ଭିକ୍ଷୁକ ପୁନର୍ବାସ କେନ୍ଦ୍ର ଖୋଲିବା ସହ ରାଉରକେଲା ମ୍ୟୁନିସପାଲଟି, ଗଞ୍ଜାମ, ଢେଙ୍କାନାଳ ଜିଲ୍ଲାରେ ଭିକ୍ଷୁକ ପୁନର୍ବାସ କେନ୍ଦ୍ର ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କଟକ ମହାନଗର ନିଗମ ଅଧୀନରେ ଭିକ୍ଷୁକ ପୁନର୍ବାସ କେନ୍ଦ୍ର ଖୋଲିବା ପ୍ରସ୍ତାବ ବିଚାରାଧୀନ ଅଛି।