କଟକ ଜିଲ୍ଲାର ଗ୍ରାମାଂଚଳ ତୁଳନାରେ ସହରାଂଚଳରେ ଅଧିକ କରେନା ଆକ୍ରାନ୍ତ: ଜିଲ୍ଲାପାଳ

ଭୁବନେଶ୍ୱର: କଟକ ଜିଲ୍ଲାର ଗ୍ରାମଂଚଳ ତୁଳନାରେ ସହରାଂଚଳରେ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଏହା କହିଛନ୍ତି। ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ କଟକ ଜିଲ୍ଲାରେ ମୋଟ ୬୯ ହଜାର ୨୧୭ ନମୁନା ଟେଷ୍ଟ ହୋଇଛି। ଏଥିରୁ ୪୨ ହଜାର ୦୯୪ଟି ଆରଟିପିସଆର ହୋଇଥିବା ବେଳେ ୨୭ ହଜାର ୧୨୩ ହେଉଛି ଆଣ୍ଟିଜେନ ଟେଷ୍ଟ। ମୋଟ ୫ ହଜାର ୧୭୪ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏବେ ୧୭୩୪ ଜଣ ଚିକିତ୍ସାଧୀନ ଅଛନ୍ତି। ସକ୍ରିୟ ଆକ୍ରାନ୍ତଙ୍କ ମଧ୍ୟରେ ୧୨୩୮ ଜଣ ଅର୍ଥାତ ୬୨.୧୮ ପ୍ରତିଶତ ସହରାଂଚଳର ହୋଇଥିବା ବେଳେ ଗ୍ରାମଂଚଳରୁ ୪୯୬ ଅର୍ଥାତ ୩୭.୮୨ ପ୍ରତିଶତ) ଆକ୍ରାନ୍ତ ଅଛନ୍ତି। ଚଳିତ ସପ୍ତାହରେ ୬୫.୭୭ ପ୍ରତିଶତ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲା ବେଳେ ୩୩.୫୧ ପ୍ରତିଶତ ପଜିଟିଭ ଚିହ୍ନଟ ହୋଇଥିଲେ। ୦.୩୯ ପ୍ରତିଶତଙ୍କ ମୃତ୍ୟୁ ହୋଇଛି।

କଟକ ଜିଲ୍ଲାରେ କୋଭିଡ ଭିତ୍ତିଭୂମି ସୁଦୃଢ଼ ଅଛି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୫ କୋଟି ଟଙ୍କାର ସ୍ୱତନ୍ତ୍ର ଅନୁଦାନ ମିଳିଛି। ଆଚାର୍ଯ୍ୟ ହରିହର କ୍ୟନସର ପ୍ରତିଷ୍ଠାନ, ବିଭିନ୍ନ କୋଭିଡ ହେଲଥ କେୟାର ସେଣ୍ଟର ପାଇଁ ଅନୁଦାନ ମିଳିଛି। ଜିଲ୍ଲାରେ ସାଧାରଣ ବେଡ ୧୧୬ରୁ ୨୩୧କୁ ବୃଦ୍ଧି ପାଇଛି। ସେହିପରି ଆଇସିୟୁ ୩୪ରୁ ୫୮କୁ ବୃଦ୍ଧି ହୋଇଛି। ୮ଟି କୋଭିଡ କେୟାର ସେଣ୍ଟରରେ ୧୨୩୦ ବେଡ ରହିଛି। ହୋମ ଆଇସୋଲେସନ ପାଇଁ ରୋଗୀମାନଙ୍କ ଆଗ୍ରହ ବଢ଼ାଇବାକୁ ଜିଲ୍ଲା ପ୍ରଶାସନ ଚେଷ୍ଟା କରୁଛି।

କଟକ ଜିଲ୍ଳାର ଗ୍ରାମାଂଚଳରେ ୧୮୨୧ଟି କୋଭିଡ ପରିଚାଳନା କମିଟି ଓ ସହରାଂଚଳରେ ୧୧୩ଟି କମିଟିର ସଦସ୍ୟମାନେ ଓ୍ଵାର୍ଡ ସ୍ତରରେକୋଭିଡ ରୋଗୀଙ୍କ ଲକ୍ଷଣ ଓ ନମୁନା ସଂଗ୍ରହ କରୁଛନ୍ତି। ସରକାର ଓ ଘରୋଇ ହସ୍ପିଟାଲରେ ଆଣ୍ଟିଜେନ ଟେଷ୍ଟ କରାଯାଉଛି। ଚଳିତ ସପ୍ତାହରେ ଅଧିକ ଟେଷ୍ଟ କରିଛୁ। ଏଏସସିବିରେ ୨୧ଟି ଜିଲ୍ଲାର ୧ ଲକ୍ଷ ୪୪ ହଜାର ୭୮୨ ଟେଷ୍ଟ କରାଯାଇଛି। କଟକ ଜିଲ୍ଲାରେ ଚଳିତ ସପ୍ତାହରେ ୬.୭ପ୍ରତିଶତ ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୫୫ଟି ଗ୍ରାମରେ ପଜିଟିଭ ଚିହ୍ନଟ ହୋଇଛି। ଏହାକୁ ରେଡ ଭିଲେଜ ଭାବେ ଚିହ୍ନଟ କରାଯାଇଛି।

ଜିଲ୍ଲାପାଳ କହିଛନ୍ତି ପ୍ଲାଜମା ଚିକିତ୍ସାକୁ ଗୁରୁତ୍ୱ ଦିଆଯାଉଛି। ଏପର୍ଯ୍ୟନ୍ତ ୧୬୮ ଜଣଙ୍କ ଠାରୁ ୩୩୬ ୟୁନିଟ ପ୍ଲାଜମା ସଂଗ୍ରହ କରାଯାଇଛି। ଏଥିରୁ ୨୮୭ ୟୁନିଟ ବ୍ୟବହାର ହୋଇଛି। ଜିଲ୍ଲାରେ ମୋଟ ୪୫୦ ଜଣ କୋଭିଡ ଯୋଦ୍ଧା ସଂକ୍ରମିତ ହୋଇଥିଲେ। ଏବେ ୧୩୨ ଜଣ ଚିକିତ୍ସାଧୀନ ଅଛନ୍ତି। ଅନ୍ୟମାନେ ରୋଗମୁକ୍ତ। ଫାୟାର ସର୍ଭିସ ଓ ପୁଲିସ କର୍ମଚାରୀ କରୋନା ମୁକାବିଲାରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନେଇଛନ୍ତି।

ସମ୍ବନ୍ଧିତ ଖବର