ଜଙ୍ଗଲ ନିଆଁକୁ ନେଇ ସତର୍କ ଘଣ୍ଟି: ଏଥର ଅଧିକ ଜଙ୍ଗଲ ଜଳିବା ଆଶଙ୍କା

ଭୁବନେଶ୍ୱର: ଚଳିତ ବର୍ଷ ଜଙ୍ଗଲ ଅଧିକ ଜଳିବା ଆଶଙ୍କା ଦେଖାଦେଇଛି | ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଦେବୀଦତ୍ତ ବିଶ୍ୱାଳ କହିଛନ୍ତି ଯେ ଏଥର ଜାନୁଆରୀ ମାସ ଚତୁର୍ଥ ସପ୍ତାହରୁ ହିଁ ତାପମାତ୍ରା ବୃଦ୍ଧି ଆରମ୍ଭ ହେଇଗଲାଣି | ଯଦି ଏହିଭଳି ଗରମ ଜାରି ରହେ ଓ ମଝିରେ ମଝିରେ ବର୍ଷା ନ ହୁଏ ତାହେଲେ ଜଙ୍ଗଲରେ ନିଆଁ ଲାଗିବ | ଏବେ ୯୫ଟି ସ୍ଥାନରେ ନିଆଁ ଲାଗିବାର ସୂଚନା ଆସୁଛି ଓ ଆଗାମୀ ଦିନରେ ଏହା ୧୦୦୦ ବି ହୋଇପାରେ | କେମିତି ଜଙ୍ଗଲ ନିଆଁକୁ ଆୟତ୍ତ କରିବୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛୁ |

ଆମର ଷ୍ଟାଫ ଇକ୍ୟୁପମେନ୍ଟସ,ଟେକ୍ନୋଲୋଜି ପ୍ରସ୍ତୁତ କରିକି ରଖିଛୁ | ଜିଲ୍ଲା ସ୍ତରୀୟ ପ୍ଲାନ ପ୍ରସ୍ତୁତ କରିରଖିଛୁ | ଗାଁ ଗାଁରେ ଲୋକଙ୍କୁ ସଚେତନ କରାଉଛୁ ଯେଭଳି ମନୁଷ୍ୟକୃତ ନିଆଁ ଜଙ୍ଗଲରେ ନ ଲାଗୁ | ବାଲିଗୁଡା, ଫୁଲବାଣୀ, ସୁନ୍ଦରଗଡ଼, ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିବା ସମ୍ଭାବନା ଅଧିକ ତେଣୁ ଏହି ଜଙ୍ଗଲ ଉପରେ ଆମେ ନଜର ରଖିଛୁ |

ସମ୍ବନ୍ଧିତ ଖବର