କଟକ/ପୋଲସରା: ଗଞ୍ଜାମ ଜିଲ୍ଲାର ପୋଲସରା ଥାନା ଅନ୍ତର୍ଗତ ଖରିଛଟା ଗାଁରେ ପାଳଗଦାରେ ନିଆଁ ଲାଗିବା ଘଟଣାରେ ଆଉ ଜଣେ ଶିଶୁର ମୃତ୍ୟୁ ହୋଇଛି। ବ୍ରହ୍ମପୁରସ୍ଥିତ ଏମ୍କେସିଜିରୁ ସ୍ଥାନାନ୍ତରିତ କରାଯାଇଥିବା ଆଲୋକ ଜେନା (୫ବର୍ଷ)କୁ କଟକସ୍ଥିତ ଏସ୍ସିବିର ଡାକ୍ତର ମୃତ ଘୋଷଣା କରିଥିବା ଜଣାଯାଇଛି। ଏଥି ସହ ଏହି ଘଟଣାରେ ମୃତକଙ୍କ ସଂଖ୍ୟା ୪ରେ ପହଞ୍ଚିଛି।
ସୂଚନାଯୋଗ୍ୟ, ଆଜି ସକାଳୁ ପାଳଗଦାରେ ନିଆଁ ଲାଗିବା ପରେ ୪ ଜଣ ଶିଶୁ ଗୁରୁତର ଅବସ୍ଥାରେ ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଥିବା ଅବସ୍ଥାରେ ଏମକେସିଜି ମେଡିକାଲ ସ୍ଥାନାନ୍ତରିତ ହୋଇଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ୨ ଜଣ ପୁଅ ଓ ଜଣେ ଝିଅଙ୍କ ମୃତ୍ୟୁ ହୋଇଥିଲା। ସେମାନଙ୍କର ଶରୀରର ପ୍ରାୟ ୮୦ ପ୍ରତିଶତ ଭାଗ ପୋଡିଯାଇଥିଲା। ଆଲୋକକୁ କଟକ ସ୍ଥାନାନ୍ତରିତ କରାଯାଇଥିଲା।
/sambad/media/post_attachments/wp-content/uploads/2020/02/vlcsnap-2020-02-23-11h41m22s56.png)
ମିଳିଥିବା ସୂଚନା ମୁତାବକ ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଖରିଛଟା ଗାଁରେ ଥିବା ଏକ ପାଳଗଦା ନିକଟରେ ଖେଳୁଥିବା ସମୟରେ ହଠାତ୍ କୌଣସି କାରଣରୁ ପାଳଗଦାଟିରେ ନିଆଁ ଲାଗି ଯାଇଥିଲା । ଫଳରେ ଶିଶୁମାନେ ଏହି ନିଆଁ ସଂସ୍ପର୍ଶରେ ଚାଲିଆସିଥିଲେ ।
/sambad/media/post_attachments/wp-content/uploads/2020/02/rttye.png)
ସେମାନଙ୍କ ଚିତ୍କାର ଶୁଣି ଗାଁଲୋକେ ପହଂଚି ସେମାନଙ୍କୁ ଉଦ୍ଧାର କରିବା ସହ ତୁରନ୍ତ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଯେଉଁ ସମୟରେ ଏହି ଘଟଣାଟି ଘଟିଲା ସେହି ସମୟରେ ଧାନଖଳାରେ କେହି ମଧ୍ୟ ନଥିବା ବେଳେ କିଛି ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ସେମାନଙ୍କୁ ଡାକ୍ତରଖାନା ଅଣାଯାଇଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/SCB-Medical_Cuttack.jpg)