ପ୍ରିଆକ୍ଟିଭ୍ ସିମ୍ ବିକ୍ରି ମାମଲା: ଆଉ ଜଣେ ଯୁବକ ଗିରଫ

କଟକ: ଗଲା ୫ ତାରିଖଠାରୁ ପ୍ରିଆକ୍ଟିଭ୍ ସିମ୍ ବିକ୍ରି ମାମଲାରେ କ୍ରାଇମବ୍ରାଞ୍ଚରେ ଅଟକ ଥିବା ଜିଓର ସେଲର୍ କାମାକ୍ଷାନଗର ଆଳୁଆଝରଣାର ଦୋଳଗୋବିନ୍ଦ ପରିଡ଼ା(୨୧)କୁ ଶନିବାର ଗିରଫ କରିଛି। ଦୋଳଗୋବିନ୍ଦ ମୋଟ ୩ ହଜାର ୧୭ଟି  ଜିଓ ସିମ୍ ନାଇଜେରିଆନ୍ ଏଜେଣ୍ଟ ଦୁଷ୍ମନ୍ତ କୁମାର ସାହୁକୁ ଯୋଗାଇ ଆସୁଥିଲା। ମାସକୁ ପାଖାପାଖି ୩୦୦ରୁ ୪୦୦ ସିମ୍ ଦୋଳଗୋବିନ୍ଦ ବିକ୍ରି କରୁଥିଲା। ଏହି ପ୍ରିଆକ୍ଟିଭେଟ୍ ସିମ୍ ଦୋଳଗୋବିନ୍ଦ ମାତ୍ର ୩୦ରୁ ୪୦ ଟଙ୍କାରେ ଦୁଷ୍ମନ୍ତକୁ ବିକ୍ରି କରୁଥିଲା। ଦୁଷ୍ମନ୍ତ ଏହି ସିମରୁ ଓଟିପି କାଢ଼ି ଓଟିପି ପିଛା ୪୦୦ ଟଙ୍କାରେ  ଫେସବୁକର ‘ବାୟର୍ ସେଲର୍ ଅଫ୍ ଓଟିପି’ ଗ୍ରୁପ ମାଧ୍ୟମରେ ନାଇଜେରିଆନ୍ ଅପରାଧୀଙ୍କୁ ବିକ୍ରି କରୁଥିଲା। ଜିଓର ଢେଙ୍କାନାଳ ମୋଟାଙ୍ଗ ଉପରପାଳର ଜିଓ ଡିଷ୍ଟ୍ରିବ୍ୟୁଟର ଅମିତାଭ ସାହୁଙ୍କୁ କ୍ରାଇମବ୍ରାଞ୍ଚ ୫ ତାରିଖରେ ଯଦିଓ ଉଠାଇଥିଲା, କିନ୍ତୁ ବର୍ତ୍ତମାନ ସୁଦ୍ଧା କ୍ରାଇମବ୍ରାଞ୍ଚ ଗିରଫ କରିନାହିଁ। ତେବେ ଦୋଳ ଗୋବିନ୍ଦକୁ ମିଶାଇଲେ ଗିରଫ ସଂଖ୍ୟା ୪କୁ ଛୁଇଁଲାଣି।

ସମ୍ବନ୍ଧିତ ଖବର