ଭୁବନେଶ୍ବର : ମମିତା ହତ୍ୟା ଘଟଣାରେ ବିଜେପି ନେତା ବିଜୟ ମହାପାତ୍ରଙ୍କ ସହ ସ୍ବର ମିଳାଇଛନ୍ତି ପୂର୍ବତନ ପୁଲିସ ଡିଜି ସଞ୍ଜୀବ ମାରିକ। ସେ କହିଛନ୍ତି ଯେ ନିୟମ କହୁଛି କୌଣସି ସମ୍ବେଦନଶୀଳ ଘଟଣାରେ ପୁଲିସ ତୁରନ୍ତ କେସ୍ ଡାଏରି ଦାଖଲ କରିବା କଥା। ଏଥିରେ ବିଳମ୍ବ ହେବା କଥା ନୁହେଁ। ମାତ୍ର ମମିତା ଘଟଣାରେ ପୁଲିସ ଯେଉଁ ସ୍ପଟ ଭିଜିଟ କଲା ସେହି ସମୟରେ ତାହା ଉଲ୍ଲେଖ କଲାନାହିଁ। ବିଳମ୍ବ ହେଲେ ତଥ୍ୟ ଭୁଲ ହେବାର ସମ୍ଭାବନା ରହୁଛି। ଏହାସହ ଏହି କେସ୍ରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ରହିଛି। ହତ୍ୟାକାଣ୍ଡର କାରଣ ହେଉଛି ମମିତା ସେଠାରେ ଚାଲିଥିବା ସେକ୍ସ ସ୍କାଣ୍ଡଲ ବିଷୟରେ ଜାଣିଥିଲେ, ତେଣୁ ତାଙ୍କର ହତ୍ୟା ହୋଇଛି। ପୁଲିସ ଏ ଦିଗକୁ ଗୁରୁତ୍ୱ ଦେବା କଥା। ଯେହେତୁ କେସ ଡାଇରିରେ ଏହା ଲେଖା ଯାଇଛି ଓ ତଦନ୍ତ ସମୟରେ ଏହା ବାହାରିଛି ତେଣୁ ତାହା ଉପରେ ନିଶ୍ଚିତ ଭାବେ ଫଲୋ କରିବାର ଆବଶ୍ୟକ ଥିଲା। ଏଇଟା ତଦନ୍ତ ପରିସରଭୁକ୍ତ ରହିବା କଥା। ଏଇଟା ହିଁ ହତ୍ୟାକାଣ୍ଡର ମୁଖ୍ୟ କାରଣ। ସେ ଦିଗରେ ପୁଲିସ ତଦନ୍ତ କରିବା କଥା, ମାତ୍ର କାହିଁକି ତାହା କରୁନି ବୁଝାପଡୁନି।
ସେକ୍ସ ସ୍କାଣ୍ଡାଲ ନେଇ ଅଧିକ ତଦନ୍ତ ହେବା ଦରକାର: ସଞ୍ଜୀବ ମାରିକ
/sambad/media/post_attachments/wp-content/uploads/2021/11/sanjib-marik-bk.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)