ଓଡ଼ିଶା ପାଇଁ ଖୁସି ଖବର: ମାତ୍ର ୫ ଦିନ ଭିତରେ ୧ ଲକ୍ଷରୁ ଅଧିକ ବରିଷ୍ଠ ନାଗରିକ ନେଲେ କରୋନା ଟିକା

ଭୁବନେଶ୍ବର: କୋଭିଡ୍ ଟିକାକରଣ ଭିତରେ ଓଡ଼ିଶା ପାଇଁ ଆସିଛି ଖୁସି ଖବର । ମାତ୍ର ୫ ଦିନ ଭିତରେ ଓଡ଼ିଶାରେ ୧ ଲକ୍ଷରୁ ଅଧିକ ବରିଷ୍ଠ ନାଗରିକ ଟିକାକରଣ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ବରିଷ୍ଠ ନାଗରିକଙ୍କ ମଧ୍ୟରେ ୬୦ ବର୍ଷରୁ ଅଧିକ ବୟସ ବର୍ଗରେ ୧ ଲକ୍ଷ ୧୧ ହଜାର ୩୩୭ ଜଣ ଟିକା ନେଇଛନ୍ତି । ସେହିପରି ଗୁରୁତର ରୋଗ ଥିବା ୪୫ ବର୍ଷରୁ ୫୯ ବର୍ଷ ବୟସ ବର୍ଗରେ ୪ ହଜାର ୭୨୪ ଜଣଙ୍କୁ କୋଭିଡ ଟିକା ଦିଆଯାଇଛି । ଏ ନେଇ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଟୁଇଟ କରି ସୂଚନା ଦିଆଯାଇଛି ।

ସମ୍ବନ୍ଧିତ ଖବର