ସୁନାବେଢା/ସେମିଳିଗୁଡା: ଆଇସକ୍ରିମ୍ ଖାଇ ୧୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି। ଏପରି ଘଟଣା ଘଟିଛି କୋରାପୁଟ ଜିଲ୍ଲାରେ। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ମହିଳା ଓ ଶିଶୁ ଥିବା ଜଣାପଡ଼ିଛି।
ଗତକାଲି ସେମିଳିଗୁଡା ବ୍ଲକର ବଦଳିଗୁଡ଼ା,ଘାଟଗୁଡା ଓ ଦୁଧାରୀ ଗାଁର ଲୋକେ ବୁଲା ଆଇସକ୍ରିମ ବିକାଳିଠାରୁ ଆଇସକ୍ରିମ କିଣି ଖାଇଥିଲେ। ଆଇସକ୍ରିମ ଖାଇବା ପରେ ବିଳମ୍ବିତ ରାତିରେ ସମସ୍ତଙ୍କୁ ଝାଡା ଓ ବାନ୍ତି ହୋଇଥିଲା। ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସୁନାବେଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାୟ ୬୦ ଜଣ ଭର୍ତ୍ତି ହୋଇଥିବା ବେଳେ ୪୫ ରୁ ଅଧିକ ଲୋକ ମାଥଲପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡ଼ିଛି।
ଅସୁସ୍ଥଙ୍କ ମଧ୍ୟରେ ଅଧିକାଂଶ ଦୁଇ ରୁ ତିନି ବର୍ଷର ଶିଶୁ ରହିଥିବା ଜଣାପଡ଼ିଛି। ଖବର ପାଇ ସେମିଳିଗୁଡା ପୁଲିସ ଓ ପଟାଙ୍ଗୀ ବିଧାୟକ ସୁନାବେଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଅସୁସ୍ଥଙ୍କୁ ଭେଟି ଆଲୋଚନା କରିଛନ୍ତି। ସମ୍ପୃକ୍ତ ଆଇସକ୍ରିମ ବିକାଳିକୁ ଚି଼ହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ସେମିଳିଗୁଡା ଆଇ ଆଇ ସି ପ୍ରଦ୍ୟୁମ୍ନ ମହାପାତ୍ର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/s-1.jpg)